ଓଡିଶା

odisha

ETV Bharat / international

ଆସନ୍ତାବର୍ଷ ହେବ ହୁୱେଇ ସିଏଫଓଙ୍କ ପ୍ରତ୍ୟାର୍ପଣ ଶୁଣାଣି - ବରିଷ୍ଠ ହୁଆୱେଇ ମୁଖ୍ୟ ଆର୍ଥିକ ଅଧିକାରୀ

ବରିଷ୍ଠ ହୁୱେଇ ମୁଖ୍ୟ ଆର୍ଥିକ ଅଧିକାରୀ(ସିଏଫଓ)ଙ୍କ ପ୍ରତ୍ୟାର୍ପଣ ଶୁଣାଣି ଆସନ୍ତାବର୍ଷ ହେବ । ଏନେଇ ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟ ଏକ ସିଡ୍ୟୁଲକୁ ଅନୁମତି ଦେଇଛନ୍ତି । ଆମେରିକାକୁ ଅଧିକାରୀଙ୍କ ପ୍ରତ୍ୟାର୍ପଣ ପାଇଁ ଏହି ଶୁଣାଣି ହେବ । ଅଧିକ ପଢନ୍ତୁ.....

ଆସନ୍ତାବର୍ଷ ହେବ ହୁଆୱେଇ ସିଏଫଓଙ୍କ ପ୍ରତ୍ୟାର୍ପଣ ଶୁଣାଣି
ଆସନ୍ତାବର୍ଷ ହେବ ହୁଆୱେଇ ସିଏଫଓଙ୍କ ପ୍ରତ୍ୟାର୍ପଣ ଶୁଣାଣି

By

Published : Jun 24, 2020, 10:00 PM IST

ଭ୍ୟାଙ୍କଓଭେର(କାନାଡା): ବରିଷ୍ଠ ହୁୱେଇ ମୁଖ୍ୟ ଆର୍ଥିକ ଅଧିକାରୀ(ସିଏଫଓ)ଙ୍କ ପ୍ରତ୍ୟାର୍ପଣ ଶୁଣାଣି ଆସନ୍ତାବର୍ଷ ହେବ । ଏନେଇ ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟ ଏକ ସିଡ୍ୟୁଲକୁ ଅନୁମତି ଦେଇଛନ୍ତି । ଆମେରିକାକୁ ଅଧିକାରୀଙ୍କ ପ୍ରତ୍ୟାର୍ପଣ ପାଇଁ ଏହି ଶୁଣାଣି ହେବ ।

ସରକାରୀ ଓକିଲଙ୍କ ପକ୍ଷରୁ ମୁଖ୍ୟ ବିଚାରପତି ହିଥର ହୋମ୍ସଙ୍କୁ ଏକ ଚିଠି ଯୋଗେ ଶୁଣାଣି ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ଉଲ୍ଲେଖ ଥିଲା ଯେ ସମସ୍ତ ପ୍ରମାଣ ସଂଗ୍ରହ ଏବଂ ଏହାର ସମାଧାନ ପାଇଁ ଏହି ସମରରେ ପ୍ରୟାସ କରାଯିବ । ଏହାକୁ ମଙ୍ଗଳବାର ବିପକ୍ଷ ଓକିଲ ସ୍ବୀକାର କରିଥିଲେ । ଏହାପରେ ବିଚାରପତି ଆସନ୍ତାବର୍ଷ ପ୍ରାରମ୍ଭରେ ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି । ଫେବୃୟାରୀ 16, 2021ରୁ ଏହି ମାମଲାର ତିନି ସପ୍ତାହ ଶୁଣାଣି ଚାଲିବ । ତେବେ ଅଗଷ୍ଟ 17ରେ ପାଞ୍ଚ ଦିନ ପାଇଁ କୋର୍ଟ ବସିବା ସହ ଏହା ଉପରେ ଶୁଣାଣି କରି ଚୂଡାନ୍ତ ନିଷ୍ପତ୍ତି ନେବେ ।

ହୁଆୱେଇର ସିଏଫଓ ଏବଂ କମ୍ପାନୀର ପ୍ରତିଷ୍ଠାତାଙ୍କ ଝିଅ ମେଙ୍ଗ ୱାନଜୋହୁଙ୍କୁ 2018ରେ କାନାଡାର ଭ୍ୟାଙ୍କଓଭେର ଏୟାରପୋର୍ଟରେ ଅଧିକାରୀମାନେ ଗିରଫ କରିଥିଲେ । ଆମେରିକା ପକ୍ଷରୁ ମେଙ୍ଗଙ୍କ ପ୍ରତ୍ୟାର୍ପଣ ପାଇଁ ଦାବି କରାଯାଇଥିଲା । ଠକେଇ ଅଭିଯୋଗର ଶୁଣାଣି ପାଇଁ ତାଙ୍କୁ ନେବାକୁ ଆମେରିକା ଆବେଦନ କରିଛି । ମେଙ୍ଗଙ୍କ ନାମରେ କମ୍ପାନୀର ତଥ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି । ଯାହାକୁ ଅସ୍ବୀକାର କରିଛନ୍ତି ମେଙ୍ଗ । ତେବେ ଏହି ଗିରଫଦାରୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଚୀନ୍ । ପ୍ରକାଶ ଥାଉ କି ହୁଆୱେଇ ଚୀନର ମଲଟିନ୍ୟାସନାଲ କମ୍ପାନୀ । ଏହି ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଚୀନ, ଜାପାନ, ତାଇୱାନ, ଆମେରିକା, ୟୁରୋପ ଦେଶମାନଙ୍କରେ ନିଜର କାରବାର କରିଥାଏ ।

ABOUT THE AUTHOR

...view details