ବେଜିଂ: ଚୀନର ହେନନ ପ୍ରଦେଶରେ ଥିବା ଏକ ଗ୍ୟାସ ଫ୍ୟାକ୍ଟ୍ରିରେ ବିସ୍ପୋରଣ ଘଟିବାରୁ 10 ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ 19 ଜଣ ଗୁରୁତର ଆହତ ହୋଇଛନ୍ତି । ଏ ଘଟଣା ପରେ ଅନ୍ୟ 5 ଜଣ ନିଖୋଜ ଅଛନ୍ତି । ତେବେ ଏହି ବିସ୍ଫୋରଣ ଶୁକ୍ରବାର ସଂଧ୍ୟା ସମୟରେ ହୋଇଥିବାବେଳେ ଶନିବାର ଏହାର ସୂଚନା ସ୍ଥାନୀୟ ଗଣମାଧ୍ୟମ ପ୍ରଦାନ କରିଛି ।
ଗ୍ୟାସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, 10 ମୃତ, 19 ଗୁରୁତର - ବେଜିଙ୍ଗ
ଚୀନର ହେନନ ପ୍ରାନ୍ତରେ ଏକ ଗ୍ୟାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଏବେ ବି ଅସ୍ପଷ୍ଟ ରହିଛି ବିସ୍ଫୋରଣରେ ପଛର କାରଣ ।
ଏହି ବିସ୍ଫୋରଣ ଯୋଗୁଁ ଲାଗିଥିବା ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଚାହୁଁ ଚାହୁଁ ସମଗ୍ର ଫ୍ୟାକ୍ଟ୍ରିରେ ବ୍ୟାପିଯାଇଥିଲା । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବହୁ ପରିଶ୍ରମ ପରେ ନିଆଁ ଲିଭିଥିଲା । ହେଲେ ସେତବେଳକୁ ଗ୍ୟାସ ଫ୍ୟାକ୍ଟ୍ରି ଜଳି ସମ୍ପୂର୍ଣ୍ମ ପାଉଁଶ ହୋଇଯାଇଥିଲା ।
ଏଥିରେ ଗୁରୁତର ହୋଇଥିବା ଲୋକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଖୋଜ ଥିବା ବ୍ୟକ୍ତିଙ୍କ ତଲାସି ଜାରିରହିଛି । କଣ ପାଇଁ ଗ୍ୟାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା ଏହା ପଛର କାରଣ କଣ ସେ ନେଇ ଛାନଭିନ କରୁଛି ପୋଲିସ।