କାବୁଲ: ଥମିବାର ନା ଧରୁନି ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ସଂଘର୍ଷ । ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇଉଠିଛି ତାଲିବାନ । ତେବେ ଏହାରି ମଧ୍ୟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ସନ୍ଧ୍ୟାରେ ଦେଶର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦଙ୍କ ବାସଭବନ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏନେଇ ଆଫଗାନିସ୍ତାନ ଗଣମାଧ୍ୟମ ଟ୍ୱିଟ୍ କରି ଏହି ଖବରକୁ ନିଶ୍ଚିତ କରିଛି। କୁହାଯାଉଛି ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନ ନିକଟରେ ପାର୍କିଂ ହୋଇଥିବା ଏକ କାରରେ ବିସ୍ଫୋରଣ କରାଯାଇଛି ।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନ ନିକଟରେ ବିସ୍ଫୋରଣ - ବିସ୍ଫୋରଣ
ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇଉଠିଛି ତାଲିବାନ । ତେବେ ଏହାରି ମଧ୍ୟରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ସନ୍ଧ୍ୟାରେ ଦେଶର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦଙ୍କ ବାସଭବନ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏନେଇ ଆଫଗାନିସ୍ତାନ ଗଣମାଧ୍ୟମ ଟ୍ୱିଟ୍ କରି ଏହି ଖବରକୁ ନିଶ୍ଚିତ କରିଛି। ଅଧିକ ପଢନ୍ତୁ...
ତେବେ ସୂଚନାନୁସାରେ ବିସ୍ଫୋରଣ ଘଟିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ଖାନ ଘରେ ନଥିଲେ। ଏପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରିବାରକୁ ମଧ୍ୟ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏହି ବିସ୍ଫୋରଣ ରାତି ପ୍ରାୟ 8 ଟାରେ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ତେବେ ଏହି ବିସ୍ଫୋରଣ ପାଇଁ ସରକାର ତାଲିବାନକୁ ଦାୟୀ କରିଛନ୍ତି। ଆଫଗାନିସ୍ତାନର ଅନେକ ସହରରେ ସେନା ଏବଂ ତାଲିବାନ ମଧ୍ୟରେ ପ୍ରବଳ ସଂଘର୍ଷ ମଧ୍ୟରେ କାବୁଲରେ ଏହି ବିସ୍ଫୋରଣ ଘଟିଛି। ଗତ କିଛି ସପ୍ତାହ ମଧ୍ୟରେ ତାଲିବାନ ଆଫଗାନିସ୍ତାନର ଦେଶର ଉତ୍ତର-ପୂର୍ବ ତଖର ପ୍ରଦେଶ ସମେତ ଅନେକ ଜିଲ୍ଲା ଦଖଲ କରିଛି।
ସୂଚନାନୁସାରେ, ତାଲିବାନ ଦେଶର 223 ଟି ଜିଲ୍ଲାକୁ ନିୟନ୍ତ୍ରଣ କରୁଛି। ଲଙ୍ଗ୍ ୱାର୍ ଜର୍ନାଲ୍ ଅନୁଯାୟୀ, ଯାହାର ଗଣନା CNN ର ଆକଳନ ସହିତ ମେଳ ଖାଉଛି । ଏଥିରେ କୁହାଯାଇଛି ଯେ 34 ଟି ପ୍ରାଦେଶିକ ରାଜଧାନୀ ମଧ୍ୟରୁ 17 ଟି ରାଜଧାନୀକୁ ତାଲିବାନର ବିପଦ ରହିଛି ।