ଓଡିଶା

odisha

ETV Bharat / international

ଚର୍ବି ବଢାଏ ମାନସିକ ଅବସାଦ - ମାନସିକ ଅବସାଦ

ଶରୀରରେ ଚର୍ବି ବଢାଇଥାଏ ମାନସିକ ଅବସାଦ । ଆଉ ଏହାକୁ ନେଇ ନିକଟରେ ଡେନମାର୍କ ଆରହସ ବିଶ୍ବବିଦ୍ୟାଳୟ ଓ ଆରହସ ବିଶ୍ବବିଦ୍ୟାଳୟ ହସ୍ପିଟାଲରେ ପକ୍ଷରୁ ହୋଇଛି ଏକ ଗବେଷଣା ।

ଡିଜାଇନ ଫଟୋ

By

Published : Sep 15, 2019, 2:17 PM IST


ହାଇଦ୍ରାବାଦ: ଆଜିର ଦିନରେ ମେଦବହୁଳତା ଓ ଶରୀରରେ ଫ୍ୟାଟ ସବୁଠୁ ବଡ ଚିନ୍ତା । ହେଲେ ଶରୀରରେ ଅଧିକ ଫ୍ୟାଟ(ଚର୍ବି) ଥିବା ଯୋଗୁଁ ଆପଣଙ୍କୁ ଗ୍ରାସି ପାରେ ମାନସିକ ଅବସାଦ ଭଳି ରୋଗ । ନିକଟରେ ଡେନମାର୍କ ଆରହସ ବିଶ୍ବବିଦ୍ୟାଳୟ ଓ ଆରହସ ବିଶ୍ବବିଦ୍ୟାଳୟ ହସ୍ପିଟାଲରେ ପକ୍ଷରୁ ହୋଇଛି ଏକ ଗବେଷଣା । ଏହି ଅଧ୍ୟୟନରୁ ଜଣାପଡିଛି, ଶରୀରରେ ଅଧିକ ଫ୍ୟାଟ(ଚର୍ବି) ରହିବା ଦ୍ବାରା ଡିପ୍ରେସନ( ଅବସାଦ)ଶତ ପ୍ରତିଶତ ବୃଦ୍ଧିପାଇ ଥାଏ ।

ଅଧିକ ଦଶ ଗ୍ରାମ ଫ୍ୟାଟ ବହନ କଲେ ଶରୀରରେ 70 ପ୍ରତିଶତ ଅବସାଦ ବୃଦ୍ଧିର ଆଶଙ୍କା ରହିଥାଏ । ଯେତେ ଅଧିକ ଫ୍ୟାଟ ରହିଥାଏ, ସେତେ ଅଧିକ ଅବସାଦର କାରଣକୁ ଶରୀରକୁ ନିମନ୍ତ୍ରଣ କରିଥାଏ ବୋଲି ଜଣାପଡିଛି । ଆରହସର ବିଶେଷଜ୍ଞଙ୍କ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ।

ଏହି ଅଧ୍ୟୟନରେ ଏହାମଧ୍ୟ ଲେଖାଯାଇଛି ଯେ, ଶରୀରରେ ଥିବା ଫ୍ୟାଟ ଶରୀର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହା କେବଳ ମାନସିକ ଚିନ୍ତା । ଅଧିକ ଓଜନ ହୋଇଯାଉଛି ଏପରି ଭାବିବା ଦ୍ବାରା ଆମ ଶରୀରରେ ଆରମ୍ଭ ହୋଇଥାଏ ମାନସିକ ଦୁଶ୍ଚିନ୍ତା ବା ଅବସାଦ । ଡ.ସୋରେନ ଷ୍ଟେରଗାରଙ୍କ ମତରେ, ଏହା ମନୁଷ୍ୟ ଶରୀରରେ ସିଧାସଳଖ ଜୈବିକ(biological) ପ୍ରଭାବ ପକାଇ ନଥାଏ । ଯଦି ଆମେ ବିପରତ ଢଙ୍ଗରେ ଦେଖିବା ତେବେ ଆପଣ ଦେଖିବେ ଫ୍ୟାଟ ଆପଣଙ୍କ ଶରୀର କେନ୍ଦ୍ରରେ ରହିଛି । ଯାହା ସଂପୂର୍ଣ୍ଣ କ୍ଷତିକାରକ।

ଡ.ସୋରେନ ଆରହସ ବିଶ୍ବବିଦ୍ୟାଳରେ କ୍ଲିନିକାଲ ମେଡିସିନ ବିଭାଗର ପ୍ରଫେସର ଏବଂ ଆରହସ ବିଶ୍ବବିଦ୍ୟାଳୟ ହସ୍ପିଟାଲରର ଭାବନାତ୍ମକ ବିକାର ବିଭାଗର(department of affective disorder) ସଂଯୋଗରେ କାମ କରୁଛନ୍ତି ।ଶରୀରର ମୋଟାପଣ ମାପିବା ପାଇଁ ବଡି ମାସ ଇଣ୍ଡେକ୍ସ(BMI) ବ୍ୟବହାର କରାଯାଇଛି । ବିଏମଆଇର ଗଣନା କେବଳ ଶରୀରର ଓଜନ ଓ ଉଚ୍ଚତା ଆଧାରରରେ ମପାଯାଇଥାଏ। BMI ଅଧିକ ଓଜନ ଓ ମୋଟାପଣ ମାପିବାର ଏକ ଭୂଲ ତରିକା ।

ଅଧିକ ମାଂସପେଶୀ ଓ କମ ଫ୍ୟାଟ ଥିବା କିଛି ଖେଳାଳିଙ୍କର ବିଏମଆଇ 25ରୁ ଅଧିକ ରହିଥିବା ଦେଖାଯାଇଛି । ଯେମିତିକି ସାମାନ୍ୟ ପରିଭାଷା ଅନୁସାରେ, ଅଧିକ ଓଜନ ଭାବେ ବର୍ଗୀକୃତ କରାଯାଇଛି । ଏହି ଅଧ୍ୟୟନର ଶକ୍ତି ହେଉଛି ଆମେ ଶରୀରରୁ ଜୁମ ଇନ ଓ ଜୁମ ଲୁକ ମଧ୍ୟ କରିବାରେ ସକ୍ଷମ ହୋଇପାରୁ ବୋଲି କହିଛନ୍ତି ଡ.ଷ୍ଟେରଗାର୍ଡ ।

କିଛି ଆଥଲେଟଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନ ଟ୍ରାନ୍ସଲେଶନ ସାଇକ୍ୟାଟ୍ରିକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ବିଶେଷଜ୍ଞମାନେ ଦୁଇଟି ବଡ ସେଣ୍ଟୋ ଡାଟାର ବିଶ୍ଲେଷଣ କରିଥିଲେ । ଗୋଟିଏ ଜେନେଟିକ ଏବଂ ଅନ୍ୟଟି ଶାରୀରିକ ମାପକ । ସାଇକାଟ୍ରିକ ଜେନୋମିକ୍ସ କନଜୋରଟିଅମ ଆନୁବଂଶିକ ଏବଂ ଅବସାଦ ବିଷୟରେ ସୂଚନା ରଖିଥାଏ ।

ଡ.ଷ୍ଟେରଗର୍ଡଙ୍କ ଅଧ୍ୟୟନ ଅନୁସାରେ, ଦୁନିଆରେ ପାଖାପାଖି 40 ପ୍ରତିଶତ ବୟସ୍କ ବ୍ୟକ୍ତି ରହିଛନ୍ତି , ଯେଉଁମାନଙ୍କ ଓଜନ ଅଧିକ । ତାଙ୍କର ଅଧ୍ୟୟନ ସଫଳ ହେବାର କାରଣ ହେଉଛି ରାନଣ୍ଡମାଇଜେସନ ମେଥଡ(RANDOMIZATION METHOD ).

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details