କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ତଥା ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଭାଇ ମହିନ୍ଦ୍ରା ରାଜପକ୍ଷେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତାବାୟ ରାଜପକ୍ଷେ ଗୁରୁବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ଦେଶର 23ତମ ପ୍ରଧାନମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ।
ଶ୍ରୀଲଙ୍କାର 23ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦ୍ରା ରାଜପକ୍ଷେ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ତଥା ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଭାଇ ମହିନ୍ଦ୍ରା ରାଜପକ୍ଷେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଧିକ ପଢନ୍ତୁ..
ମହିନ୍ଦ୍ରା ରାଜପକ୍ଷେ ବର୍ଷ 2005ରୁ 2015 ମଧ୍ୟରେ ଦେଶର ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥିଲେ । ପ୍ରଧାନମନ୍ତ୍ରୀ ପଦରୁ ରନିଲ ବିକ୍ରମସିଂଘେ ଇସ୍ତଫା ଦେବା ପରେ ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଭାଇ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ବୁଧବାର ତାଙ୍କ ନାମ ନାମାଙ୍କନ କରିଥିଲେ । ଏହାପରେ ଗୁରୁବାର ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଉଲ୍ଲେଖଯେ, ଯୋଗ୍ୟ, ନବନିର୍ବାଚିତ ରାଷ୍ଟ୍ରପତି ଗୋତବାୟ ରାଜପକ୍ଷେ ନିଜ ବଡଭାଇ ତଥା ପୂର୍ବତନ ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ।
TAGGED:
mahinda rajapaksa sworn