ଓଡିଶା

odisha

ପିଓକେରେ ଜରୁରୀକାଳୀନ ପରିସ୍ଥିତି

By

Published : Oct 23, 2019, 9:26 PM IST

ପାକ୍‌ ଅଧିକୃତ କାଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ଫାଇଲ ଫଟୋ

ମୁଜାଫରବାଦ: ପାକ୍‌ ଅଧିକୃତ କାଶ୍ମୀରରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପିଓକେରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବା ସହିତ ସୁରକ୍ଷାକର୍ମୀଙ୍କ ମୁତୟନ ବୃଦ୍ଧି କରାଯାଇଛି । ତେବେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା ପରେ ପିଓକେର ଅନେକ ବଡ ବଡ ନେତାଙ୍କୁ ହେପାଜତକୁ ନିଆଯାଇଥିବା ଜଣାପଡିଛି ।

ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ପିଓକେରେ ମଙ୍ଗଳବାର ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ପିଓକେ ଲୋକଙ୍କୁ ପାକିସ୍ତାନରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ପିଓକେର ରାଜଧାନୀ ମୁଜାଫରବାଦରେ ମଙ୍ଗଳବାର ବଡ ଧରଣର ପ୍ରଦର୍ଶନ ହୋଇଥିଲା । ଏହି ପ୍ରଦର୍ଶନ ରୋକିବା ଉଦ୍ଦେଶ୍ୟରେ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲାଠିଚାର୍ଜ କରିଥିଲା । ତେବେ ପୋଲିସର ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ।

ABOUT THE AUTHOR

...view details