ନୂଆଦିଲ୍ଲୀ: କୋରୋନା ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦଲେ ମର୍ଣ୍ଣଷ୍ଟାର ଏଲମୋ ଓ କୁକି। କୋରୋନାଭାଇରସ୍ ର ମୁକାବିଲା ପାଇଁ "ହାମିଲଟନ୍" ନିର୍ମାତା ଲିନ-ମାନୁଏଲ୍ ମିରାଣ୍ଡା, "ବ୍ଲାକ୍-ଇସ୍" ତାରକା ଟ୍ରେସି ଏଲିସ୍ ରସ୍ ଏମାନଙ୍କୁ ସାମିଲ କରିଛନ୍ତି।
କୋରୋନା ସଚେତନତାରେ ସାମିଲ ହେଲେ ମର୍ଣ୍ଣଷ୍ଟାର ଏଲମୋ ଓ କୁକି - ମର୍ଣ୍ଣଷ୍ଟାର ଏଲମୋ ଓ କୁକି
କୋରୋନାଭାଇରସ୍ ର ମୁକାବିଲା ପାଇଁ "ହାମିଲଟନ୍" ନିର୍ମାତା ଲିନ-ମାନୁଏଲ୍ ମିରାଣ୍ଡା, "ବ୍ଲାକ୍-ଇସ୍" ତାରକା ଟ୍ରେସି ଏଲିସ୍ ରସ୍ ମର୍ଣ୍ଣଷ୍ଟାର ଏଲମୋ ଓ କୁକିଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଅଧିକ ଖବର ପଢନ୍ତୁ...
ସେସମା ଷ୍ଟ୍ରିଟ କର୍ମଶାଳା ମାଧ୍ୟମରେ ବିଭିନ୍ନ ମର୍ଣ୍ଣଷ୍ଟାର ଯଥା ଏଲମୋ, ଗ୍ରୋଭର ଓ କୁକିଜ୍ ଙ୍କୁ ନେଇ ଲୋକମାନଙ୍କୁ ସାମାଜିକ ଦୁରତ୍ବ ଶିକ୍ଷା ଦିଆଯାଉଛି। ଏହି ପୋଗ୍ରାମରେ ମୁଖ୍ୟତଃ ଆଗଧାଡିରେ କାର୍ଯ୍ୟରତ ଡାକ୍ତର ମାନଙ୍କ କାର୍ଯ୍ୟକୁ ସ୍ହାଗତ କରାଯାଉଛି।
ସୂଚନା ଥାଉକି, ସେସମା ହେଉଛି ଏକ ଅଣ-ଲାଭଦାୟକ ସଂଗଠନ। ବର୍ତ୍ତମାନର ଏହି ମହାମାରୀ ସମୟରେ ଏହା କେୟାରିଙ୍ଗ୍ ଫର୍ ଇଜ୍ ଅଦର ପଦକ୍ଷେପ ଆରମ୍ଭ କରି ମହାମାରୀ ସହ ମୁକାବିଲା କରିବାକୁ ଲୋକଙ୍କୁ ପ୍ରେରଣା ଦେଉଛି। ଏହାସହ “ଆପଣଙ୍କ ପରିବାର ସହ ଏବେ ଏକାଠି ରହି ହସି, ଖେଳି ସମୟ ଅତିବାହିତ ପାଇଁ ପରାମର୍ଶ ଦେଉଛି। ତେବେ କାର୍ଟୁନ ମାଧ୍ୟମରେ ଏହି ସଚେତନତା ସୃଷ୍ଟି କରାଗଲେ ପିଲାମାନେ ମଧ୍ୟ ବେଶି ଅନୁପ୍ରାଣିତ ହେବା ସହ ଘରେ ସୁରକ୍ଷିତ ରହିବେ।