କାବୁଲ: ଆଫଗାନିସ୍ତାନର ଗଜନୀରେ ମୋଟାର ମାଡ ନେଇ ଖବର ସାମ୍ନାକୁ ଆସିଛି । ଗଜନୀ ସହରର ନୂଆ ଆବାଦ ଜନବସତି ଅଞ୍ଚଳରେ 3 ମୋଟାର ମାଡ ହୋଇଛି । ଘଟଣାରେ ମୋଟ 8 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି ।
ମୃତକଙ୍କ ମଧ୍ୟରେ 5 ଶିଶୁ ଓ 3 ଜଣ ମହିଳା ଥିବା ସୂଚନା ମିଳିଛି । ଗଜନୀ ପୋଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଯେତେବେଳେ ତାଲିବାନ ପକ୍ଷରୁ ଏହି ମୋଟାର ମାଡ ହୋଇଛି । ପ୍ରଥମ ମୋର୍ଟାର ଏହି ଅଞ୍ଚଳର ଏକ ଘରେ ଆସି ବାଜିଥିଲା । ତେବେ ଘଟଣାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଏକତ୍ରିତ ଭିଡ ଉପରେ ବାକି ମୋଟାର ମାଡ ଯୋଗୁଁ ଏପରି ଘଟଣା ଘଟିଥିବା ସେ କହିଛନ୍ତି ।