ଓଡିଶା

odisha

By

Published : May 25, 2020, 10:51 PM IST

ETV Bharat / international

କୋରୋନା କଟକଣା ସତ୍ତ୍ବେ ବାଂଲାଦେଶରେ ଧୂମଧାମରେ ଇଦ୍‌ ପାଳିତ

ଦେଶର ବିଭିନ୍ନ ମସଜିଦରେ ଅନେକ ଲୋକେ ଏକାଠି ହୋଇ ଇଦ୍‌-ଉଲ-ଫିତର ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଲୋକଙ୍କ ଉତ୍ସାହକୁ ଦେଖି ହସିନା ସରକାର ଗତ ସପ୍ତାହ ଘୋଷଣା କରିଥିଲେ କି କୌଣସି ଖୋଲା ଜାଗାରେ ସାମୂହିକ ପ୍ରାର୍ଥନା ହେବ ନାହିଁ ।

eid in bangladesh, eid, corona effect in bangladesh, eid amid lockdown, bangladesh latest news, ବାଂଲାଦେଶରେ ଇଦ୍‌, ଇଦ୍‌, ବାଂଲାଦେଶରେ କୋରୋନା ପ୍ରଭାବ, ଲକଡାଉନରେ ଇଦ୍‌, ବାଂଲାଦେଶ ଲାଟେଷ୍ଟ ନ୍ୟୁଜ୍‌
କୋରୋନା କଟକଣା ସତ୍ତ୍ବେ ବାଂଲାଦେଶରେ ଧୂମଧାମରେ ଇଦ୍‌ ପାଳିତ

ଢାକା: ବର୍ତ୍ତମାନ କୋରୋନା ସ୍ଥିତିକୁ ନଜରରେ ରଖି ଇଦ୍‌ର ବେଶ କିଛି ସମୟ ଆଗରୁ ଘୋଷଣା ହୋଇଥିଲା କି ବାଂଲାଦେଶରେ କୌଣସି ଖୋଲା ସ୍ଥାନରେ ସାମୂହିକ ନମାଜ ପାଠ ହେବ ନାହିଁ । ଲକଡାଉନ କଟକଣାକୁ ନଜରରେ ରଖି ରାଜଧାନୀ ଢାକାସ୍ଥିତ ଜାତୀୟ ଇଦ୍‌ଘାଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଥିଲା । ତଥାପି ବେଶ ଆଡମ୍ବର ସହ ଦେଶରେ ସୋମବାର ପାଳନ ହୋଇଛି ଇଦ୍‌ ପର୍ବ ।

ଦେଶର ବିଭିନ୍ନ ମସଜିଦରେ ଅନେକ ଲୋକେ ଏକାଠି ହୋଇ ଇଦ୍‌-ଉଲ-ଫିତର ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଲୋକଙ୍କ ଉତ୍ସାହକୁ ଦେଖି ହସିନା ସରକାର ଗତ ସପ୍ତାହ ଘୋଷଣା କରିଥିଲେ କି କୌଣସି ଖୋଲା ଜାଗାରେ ସାମୂହିକ ପ୍ରାର୍ଥନା ହେବ ନାହିଁ । ମସଜିଦମାନଙ୍କରେ ସାମୂହିକ ପ୍ରାର୍ଥନା ହେବାକୁ ଥିଲେ ଲୋକେ ନିଜ ଘରୁ ମ୍ୟାଟ ଆଣିବା ସହ ମାସ୍କର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା । ଏନେଇ ସୋମବାର ବୈତୁଲ ମୁକାରାମ ଜାତୀୟ ମସଜିଦ ଆଗରେ ସକାଳୁ ଲୋକଙ୍କର ଲମ୍ବା ଲାଇନ ଲାଗିଥିବା ଦେଖାଯାଇଥିଲା ।

ତେବେ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ସେମାନଙ୍କ ପାଇଁ ମସଜିଦରେ ପ୍ରବେଶ ପୂର୍ବରୁ ଏକ ଡିସଇନଫେକ୍ଟ ଟନେଲ ଦେଇ ଗତି କରିବାର ବ୍ୟବସ୍ଥା ହୋଇଥିଲା । ଏଠାରେ ଶତାଧିକ ଲୋକେ ପର୍ଯ୍ୟାୟକ୍ରମେ ଆସି ନମାଜ ପାଠ କରିଥିଲେ । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 33,610ଜଣ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 1532ରେ ପହଞ୍ଚିଥିବା ଜଣାପଡିଛି ।

@IANS

ABOUT THE AUTHOR

...view details