ଟୋକିଓ: ଜାପାନରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ଜାପାନର ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଯାହାର ତୀବ୍ରତା ୬.୦ ଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଜାପାନରେ ୬.୦ ତୀବ୍ରତାର ଭୂକମ୍ପ - ଜାପାନ
ଆଜି ସକାଳ ସମୟରେ ଜାପାନରେ ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଯାହାର ତୀବ୍ରତା ୬.୦ ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
ଜାପାନରେ ୬.୦ ତିବ୍ରତାର ଭୂକମ୍ପ
ଟୋକିଓର ୧୫୯୩ କିଲୋମିଟର ଏନଇରେ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୂଭୁତ ହୋଇଥିଲା । ଏହାର ଅକ୍ଷାଂଶ ୪୬.୨୩ ଡିଗ୍ରୀ ଓ ଦ୍ରାଘିମା ୧୫୨.୫୬ ଡିଗ୍ରୀ ରହିଥିବା ଜଣାପଡିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ । ସୁନାମି ହେବା ନେଇ ମଧ୍ୟ ସତର୍କ ସୂଚନା ଦିଆଯାଇନାହିଁ । ଏହା ପୂର୍ବରୁ ମଧ୍ୟ ଜାପାନର ଇବାରାକିରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା । ଯାହା ତିବ୍ରତା ୬.୨ ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଥିଲା ।
@ANI