ଟୋକିଓ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ। ଏନେଇ ଜାପାନର ମେଟେରୋଲୋଜିକାଲ ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ତେବେ ଭୂକମ୍ପର ଝଟକା ରବିବାର ମିଆଗୀରେ ଅନୁଭୂତ ହୋଇଥିଲା।
ଭୂକମ୍ପରେ ଥରିଲା ଜାପାନ, ତୀବ୍ରତା 5.8 ରେକର୍ଡ - ଭୂକମ୍ପରେ ଥରିଲା ଜାପାନ
ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ । ଏପର୍ଯ୍ୟନ୍ତ ସୁନାମି ନେଇ କୌଣସି ଚେତାବନୀ ଦିଆଯାଇ ନାହିଁ । ଅଧିକ ପଢନ୍ତୁ...
ଭୂକମ୍ପରେ ଥରିଲା ଜାପାନ, ତୀବ୍ରତା 5.8 ରେକର୍ଡ
ଭୂକମ୍ପର ଝଟକା ସ୍ଥାନୀୟ ସମୟ 9.29ରେ ଅନୁଭୂତ ହୋଇଥିଲା । ଏହାସହ କେନ୍ଦ୍ରସ୍ଥଳ 38.3 ଡିଗ୍ରୀ ଉତ୍ତରରେ ଏବଂ ଦ୍ରାଘିମା 141.9 ଡିଗ୍ରୀ ପୂର୍ବରେ ଏବଂ 50 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।
ଜାପାନର ଭୂକମ୍ପ ତୀବ୍ରତା ସ୍କେଲରେ ମିୟାଗି ପ୍ରିଫେକ୍ଟରର କିଛି ଅଂଶରେ ଏହି ଭୂକମ୍ପ 4ଟି ସ୍ଥାନରେ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଝଟକା 7ଟି ସ୍ଥାନରେ ପହଞ୍ଚିଛି। ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ।