ଓଡିଶା

odisha

ଦୁବାଇ ଲକଡାଉନ: ହୋମ ଡେଲିଭରିରେ ମିଳିବ ୱାଇନ, ଆଲକୋହଲ, ସ୍ପିରିଟ

By

Published : Apr 9, 2020, 11:54 PM IST

ନିଜ ରୋଜଗାରକୁ ବଞ୍ଚାଇବା ସହ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଦୁଇଟି ବଡ ବଡ ରେସ୍ତୋରାଁ ଏବେ ଘରେ ଘରେ ୱାଇନ, ସ୍ପିରିଟ ଓ ଆଲକୋହଲର ହୋମ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି।

Dubai locked down, wine, alcohol and spirit to avail by home delivery, alcohol home delivery in dubai, corona impact in dubai, coronavirus news, ଦୁବାଇ ଲକଡାଉନ, ହୋମ ଡେଲିଭରିରେ ୱାଇନ, ଆଲକୋହଲ, ସ୍ପିରିଟ, ଦୁବାଇରେ ଆଲକୋହଲ ହୋମ ଡେଲିଭରି, ଦୁବାଇରେ କୋରୋନା ପ୍ରଭାବ, କୋରୋନା ଭାଇରସ ନ୍ୟୁଜ୍‌
ଦୁବାଇ ଲକଡାଉନ: ହୋମ ଡେଲିଭରିରେ ମିଳିବ ୱାଇନ, ଆଲକୋହଲ, ସ୍ପିରିଟ

ଆବୁଧାବି: ବୈଶ୍ବିକ ମହାମାରୀ କୋରୋନା ସଂକ୍ରମଣ ପାଇଁ ବିପଦରେ ବିଭିନ୍ନ ବ୍ୟବସାୟ । ଏହି ମହମାରୀ ରାଜସ୍ବ ଆଦାୟର ବିଭିନ୍ନ ଦିଗକୁ ପ୍ରଭାବିତ କରୁଥିବା ବେଳେ ଏପରି ଏକ ଦିଗ ହେଉଛି ଆଲକୋହଲ ବା ମଦ ବ୍ୟବସାୟ । ତେବେ ଦୁବାଇରେ ଏହି ବ୍ୟବସାୟ ପାଇଁ ଅନେକ ବଡ ବଡ ରେସ୍ତୋରାଁକୁ ଲାଇସେନ୍ସ ରହିଥିବା ବେଳେ ମହମାରୀ ପାଇଁ ଠପ ପଡିଛି ବ୍ୟବସାୟ ।

ତଥାପି ନିଜ ରୋଜଗାରକୁ ବଞ୍ଚାଇବା ସହ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଦୁଇଟି ବଡ ବଡ ରେସ୍ତୋରାଁ ଏବେ ଘରେ ଘରେ ୱାଇନ, ସ୍ପିରିଟ ଓ ଆଲକୋହଲର ହୋମ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅନ୍ତର୍ଜାତୀୟ ୟୁରୋମନିଟର ଫର୍ମର ଗବେଷକ ରବିଆ ୟାସମିନଙ୍କ କହିବା କଥା କି ମହାମାରୀର ଯୋଗୁଁ ବଡ ବଡ ହୋଟେଲ ଓ ବାରର ସ୍ଥିତି ଖରାପ ହୋଇ ପଡିଥିବା ବେଳେ ଏଥିରେ ସିଧାସଳଖ ପ୍ରଭାବିତ ହୋଇଛି ମଦ ବ୍ୟବସାୟ । ଏମିତିରେ ଏହାର ହୋମ ଡେଲିଭରି ବୁଡୁଥିବା ବ୍ୟବସାୟକୁ ବଞ୍ଚାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

ତେବେ ଦୁବାଇରେ ଅଟକ ଥିବା ବିଦେଶୀ ନାଗରିକ ନିଜ ପାସପୋର୍ଟ ବ୍ୟବହାରରେ ଆଲକୋହଲ କିଣି ପାରିବେ । ସେପଟେ ସ୍ଥାନୀୟ ନାଗରିକଙ୍କୁ ଏଥିପାଇଁ ଆଲକୋହଲ ଲାଇସେନ୍ସର ଆବଶ୍ୟକତା ରହିଛି । ଏହା ଏକ ଲାଲ ରଙ୍ଗର ଏକ ପ୍ଲାଷ୍ଟିକ କାର୍ଡ । ଯାହା ବାର୍ଷିକ ଭାବେ ନବୀକରଣ କରାଯାଇଥାଏ ।

ABOUT THE AUTHOR

...view details