ବେଞ୍ଜିଂ: ଚୀନର ଗବେଷକମାନେ ଏକ ସ୍ବତନ୍ତ୍ର ଔଷଧ ବିକଶିତ କରିଛନ୍ତି । ଯାହା କୋଭିଡ-19କୁ ସମ୍ପୂର୍ଣ୍ଣ ପରାସ୍ତ କରିପାରିବେ । ବିନା ଟୀକାରେ କୋଭିଡ ଆକ୍ରାନ୍ତଙ୍କୁ ଏହି ଔଷଧ ଦେଇ ସୁସ୍ଥ କରାଯାଇପାରିବ ବୋଲି ଚୀନର ପେକିଂ ୟୁନିଭର୍ସିଟିର ପରୀକ୍ଷଣରୁ ଜଣାପଡିଛି। ଏହି ଔଷଧକୁ ପଶୁଙ୍କ ଠାରେ ପରୀକ୍ଷା କରାଯାଇ ଆଶାତୀତ ଫଳ ମଧ୍ୟ ମିଳିଛି ।
ଟୀକା ନୁହେଁ କୋଭିଡକୁ ପ୍ରତିହତ କରିବ ଔଷଧ - କୋଭିଡକୁ ପ୍ରତିହତ କରିବ ଔଷଧ
ସମଗ୍ର ବିଶ୍ବର କୋରୋନାକୁ ପ୍ରତିହତ କରିବା ଲକ୍ଷ୍ୟରେ । ଚୀନ ବିଜ୍ଞାନଗାରା କିଛି ଗବେଷକ ଏବେ ଟୀକା ବଦଳରେ ବିକଶିତ କରିଛନ୍ତି ଔଷଧ । ଯାହା କୋଭିଡକୁ ପରାସ୍ତ କରିବାର ଲକ୍ଷ୍ୟ ରଖାଯାଇଛି ।
![ଟୀକା ନୁହେଁ କୋଭିଡକୁ ପ୍ରତିହତ କରିବ ଔଷଧ ଟୀକା ନୁହେଁ କୋଭିଡକୁ ପ୍ରତିହତ କରିବ ଔଷଧ](https://etvbharatimages.akamaized.net/etvbharat/prod-images/768-512-7269023-832-7269023-1589939749498.jpg)
ପେକିଂ ୟୁନିଭର୍ସିଟି ଦ୍ବାରା ବିକଶିତ ହୋଇଥିବା ଏହି ଔଷଧକୁ ମୂଷା ଶରୀରେ ପ୍ରୟୋଗ କରାଯାଇଥିଲା । ପାଞ୍ଚ ଦିନ ପରେ ମୂଷା ଦେହରେ ଭୂତାଣୁମାନଙ୍କ ପରିମାଣ 2500 ଗୁଣ କମିଛି ବୋଲି ୟୁନିଭର୍ସିଟିର ନିର୍ଦ୍ଦେଶକ ସନି ସାଇ କହିଛନ୍ତି ।
ସୂଚନାଯୋଗ୍ୟ, ସମ୍ପୂର୍ଣ୍ଣ ସୁସ୍ଥ କୋରୋନା ଆକ୍ରାନ୍ତଙ୍କ ରକ୍ତରୁ ଏକ ବିଶେଷ ଧରଣର ପ୍ରତିଷେଧକ ସଂଗ୍ରହ କରି ଏହି ଔଷଧ ବିକଶିତ କରାଯାଇଛି । ପାଖାପାଖି 60 ପୀଡିତଙ୍କ ଠାରୁ ଏହି ପ୍ରତିଷେଧକ ସଂଗ୍ରହ କରାଯାଇଛି । ଏହା କେତେକ ଫଳପ୍ରଦ ହେବ ତାହା ସମୟ ସାପେକ୍ଷ । ବର୍ତ୍ତମାନ ଏହି ମହାମାରୀରୁ ବର୍ତ୍ତିବା ପାଇଁ ତୁରନ୍ତ ଯଥାଶୀଘ୍ର ଔଷଧ କିମ୍ବା ଟୀକା ଆବଶ୍ୟକ ପଡିଛି ।