ଓଡିଶା

odisha

ETV Bharat / international

‘ମୋ ମୁଣ୍ଡକୁ ଗୁଳି କରିଦେବ’, ଏଭଳି ନିଜ ଗାର୍ଡଙ୍କୁ କହିଲେ ଅମରୁଲ୍ଲା ଜାଣନ୍ତୁ କାହିଁକି ? - why ex-Afghan Vice President Amarullah Saleh told his guards

‘ଯଦି ମୁଁ ତାଲିବାନ ସହିତ ଲଢେଇ ବେଳେ ଆହତ ହୁଏ, ତେବେ ତୁମମାନଙ୍କୁ ମୋର ଅନୁରୋଧ, ମୋର ମୁଣ୍ଡକୁ ଦୁଇ ଥର ଗୁଳି କରି ଦେବ । କାରଣ ମୁଁ କେବେ ତାଲିବାନ ନିକଟରେ ଆତ୍ମସମର୍ପଣ କରିବାକୁ ଚାହେଁ ନାହିଁ।’ ନିଜ ଗାର୍ଡମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ । ଅଧିକ ପଢନ୍ତୁ...

‘ମୋ ମୁଣ୍ଡକୁ ଗୁଳି କରିଦେବ’, ଏଭଳି ନିଜ ଗାର୍ଡଙ୍କୁ କହିଲେ ଅମରୁଲ୍ଲା- ଜାଣନ୍ତୁ କାହିଁକି ?
‘ମୋ ମୁଣ୍ଡକୁ ଗୁଳି କରିଦେବ’, ଏଭଳି ନିଜ ଗାର୍ଡଙ୍କୁ କହିଲେ ଅମରୁଲ୍ଲା- ଜାଣନ୍ତୁ କାହିଁକି ?

By

Published : Sep 6, 2021, 8:22 AM IST

ନୂଆଦିଲ୍ଲୀ: ‘ଯଦି ମୁଁ ତାଲିବାନ ସହିତ ଲଢେଇ ବେଳେ ଆହତ ହୁଏ, ତେବେ ତୁମମାନଙ୍କୁ ମୋର ଅନୁରୋଧ, ମୋର ମୁଣ୍ଡକୁ ଦୁଇ ଥର ଗୁଳି କରି ଦେବ । କାରଣ ମୁଁ କେବେ ତାଲିବାନ ନିକଟରେ ଆତ୍ମସମର୍ପଣ କରିବାକୁ ଚାହେଁ ନାହିଁ।’ ବ୍ରିଟିଶ ଖବର କାଗଜ ଡେଲି ମେଲରେ ଏଭଳି ଲେଖିଛନ୍ତି ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ । ଯିଏକି ବର୍ତ୍ତମାନ ପଞ୍ଜଶୀର ଘଟିରେ ତାଲିବାନୀ ବିରୋଧରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ଵ କରୁଛନ୍ତି। ଏକାକୀ ନିଜ ଦେଶର ଆତ୍ମ ସମ୍ମାନ ପାଇଁ ଲଢେଇ କରୁଛନ୍ତି । ସେ ମେଲ ମାଧ୍ୟମରେ ନିଜ ଗାର୍ଡମାନଙ୍କୁ ଏଭଳି ଖାସ ନିର୍ଦ୍ଦେଶ ଦେଇଛନ୍ତି।

ସାଲେହ କହିଛନ୍ତି ଯେ ସେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ଖାନ ମହମ୍ମଦି, ତତ୍କାଳୀନ ଗୃହମନ୍ତ୍ରୀ ଏବଂ ସେମାନଙ୍କ ପ୍ରତିନିଧୀଙ୍କ ସହ ଅଗଷ୍ଟ 15 ଦିନ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଉଭୟ ମନ୍ତ୍ରଣାଳୟରେ ଅତ୍ୟଧିକ ସଚ୍ଚୋଟ ଏବଂ ପ୍ରତିବଦ୍ଧ ଅଧିକାରୀଙ୍କୁ ଭେଟିଥିଲି । ସେମାନେ ଆଗ ଧାଡ଼ିରେ କମାଣ୍ଡୋ ନିୟୋଜିତ କରିପାରିବେ ନାହିଁ ବୋଲି କହିଥିଲେ । ଏବଂ ତାର କାରଣ ମଧ୍ୟ କହିଥିଲେ ।

ସାଲେହ କହିଛନ୍ତି ଯେ, ସେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସହରର କୌଣସି ବି ସ୍ଥାନରେ ଆଫଗାନିସ୍ତାନ ସୈନ୍ୟଙ୍କୁ ଖୋଜି ପାଇପାରିଲେ ନାହିଁ । ଏହା ପରେ ମୁଁ କାବୁଲର ପୋଲିସ ମୁଖ୍ୟଙ୍କ ସହ କଥା ହେଲି, ଯିଏ ଜଣେ ସାହସୀ ବ୍ୟକ୍ତି ଏବଂ ସେ ଯେଉଁଠାରେ ଥାଆନ୍ତି, ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ସେ ମୋତେ ସୂଚନା ଦେଇଥିଲେ ଯେ, ସହରର ପୂର୍ବ ଅଞ୍ଚଳ ତାଲିବାନ ଅଧିକୃତ କରିସାରିଛି, ଦକ୍ଷିଣରେ ଦୁଇଟି ଜିଲ୍ଲା ମଧ୍ୟ ଅକ୍ତିଆର କରିନେଇଛି ଏବଂ ନିକଟସ୍ଥ ଭର୍ଦକ ପ୍ରଦେଶ ମଧ୍ୟ ତାଲିବାନ ଅଧୀକୃତ କରିସାରିଛି। ଏହାପରେ ମୁଁ ତାଙ୍କୁ ସାହାଯ୍ୟ ମାଗିଥିଲି ଏବଂ ଏକ ଘଣ୍ଟା ପାଇଁ ତାଲିବାନୀଙ୍କ ସାମ୍ନା କରିବାକୁ ତାଙ୍କ ସୈନ୍ୟ ନିୟୋଜିତ କରିପାରିବେ କି ନାହିଁ ବୋଲି ପଚାରିଥିଲି । କିନ୍ତୁ ସେହି ସମୟରେ ପୋଲିସ ମୁଖ୍ୟ ସେନାଙ୍କୁ ଏକାଠି କରିବାକୁ ସକ୍ଷମ ହୋଇନଥିଲେ । ଏହାପରେ ସେ ରାଷ୍ଟ୍ରପତି ଭବନ ଏବଂ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୋହିବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

କାବୁଲ ଛାଡିବା ପୂର୍ବରୁ ସାଲେହ 'ତାଙ୍କ ପତ୍ନୀ ଏବଂ ଝିଅମାନଙ୍କର ଚିତ୍ର ନଷ୍ଟ କରିବାକୁ ଘରକୁ ଯାଇଥିଲେ । ଏହାପରେ ସେ ତାଙ୍କ କମ୍ପ୍ୟୁଟର ଏବଂ କିଛି ସାମଗ୍ରୀ ସଂଗ୍ରହ କରି ତାଙ୍କ ମୁଖ୍ୟ ରାକ୍ଷୀ ରହିମଙ୍କୁ କହିଲି, 'ଆମେ ପଞ୍ଜଶୀରକୁ ଯାଉଛୁ ଏବଂ ରାସ୍ତା ସୁରକ୍ଷିତ ହୋଇସାରିଛି ।' ଆମେ ଏହାକୁ ଏକାଠି ଲଢିବା । କିନ୍ତୁ ଯଦି ମୁଁ ଆହତ ହୁଏ, ତେବେ ତୁମକୁ ମୋର ଅନୁରୋଧ । ମୋ ମୁଣ୍ଡକୁ ଗୁଳି କରିଦେବ । ମୁଁ କେବେ ତାଲିବାନ ନିକଟରେ ଆତ୍ମସମର୍ପଣ କରିବାକୁ ଚାହେଁ ନାହିଁ।’ ଏହାପରେ ସେ ଦୁଇଟି ସୈନ୍ୟ ଗାଡି ଏବଂ ଦୁଇଟି ପିକଅପ୍ ଟ୍ରକ ସହ ସେଠାରୁ ବାହାରିଥିଲେ। ଟ୍ରକରେ ବନ୍ଧୁକ ଲଦା ହୋଇଥିଲା। ପଞ୍ଜଶୀର ଯିବା ବେଳେ ରାସ୍ତାରେ ଦୁଇ ଥର ତାଙ୍କର ଏହି ଗାଡି ଉପରେ ଆକ୍ରମଣ ମଧ୍ୟ ହୋଇଥିଲା। ଆମେ ବହୁତ ମୁସ୍କିଲରେ ନଦର୍ଣ୍ଣ ପାସ୍ ଅତିକ୍ରମ କରିଥିଲୁ ବୋଲି ସାଲେହ କହିଛନ୍ତି। ଏଠାରେ ଅନେକ ପ୍ରକାରରେ ବେଆଇନ ଗତିବିଧି ଜାରି ରହିଥିଲା। ଚାରିଆଡେ ଠକ, ଚୋର ଏବଂ ତାଲିବାନର ରାଜ ଥିଲା। ଆମ ଉପରେ ଦୁଇ ଥର ଆକ୍ରମଣ ହୋଇଥିଲେ ହେଁ ଆମେ ବଞ୍ଚି ଯାଇଥିଲୁ। ଆମେ ବହୁତ କଠିନରେ ଏହି ରାସ୍ତା ଅତିକ୍ରମ କରିଥିଲୁ ବୋଲି ସାଲେହ କହିଛନ୍ତି।

ABOUT THE AUTHOR

...view details