ହାଇଦ୍ରାବାଦ: କୋରୋନା ସଙ୍କଟରେ ଲୋକେ ଘରେ ବସି ବିଭିନ୍ନ ପ୍ରକାରର ନୂତନ ଉଦ୍ଭାବନ କରିବାକୁ ଚେଷ୍ଟା କରୁଛନ୍ତି । କେଉଁଠି ନଡ଼ିଆ ପତ୍ର ସହିତ ନଡ଼ା ପାଇପ୍ ତିଆରି କରାଯାଉଛି ତ ଅନ୍ୟ କେଉଁଠି ଗ୍ୟାଜେଟକୁ ନେଇ ନୂତନ ଉଦ୍ଭାବନ କରାଯାଉଛି । ତେବେ ଏହି ଲକଡାଉନରେ ମଦ ବିକ୍ରି ଉପରେ ମଧ୍ୟ ବହୁତ ଖବର ଆସିଛି। ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ମଦ କମ୍ପାନୀ ଏକ ନିଆରା ଉଦ୍ଭାବନ କରିଛି । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି କମ୍ପାନୀ ମଦ ପ୍ୟାକ୍ ପାଇଁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବ ।
ଦୁନିଆର ସବୁଠୁ ବଡ ମଦ କମ୍ପାନୀ ମଧ୍ୟରୁ ଡାଏଜୋ ଏହାର ପ୍ରସିଦ୍ଧ ହ୍ବିସ୍କି ଜନି ୱାକରକୁ କାଚ ବଦଳରେ କାଗଜ ବୋତଲ ବ୍ୟବହାର କରିବ । ପରିବେଶକୁ ଧ୍ୟାନରେ ରଖି କମ୍ପାନୀ ଆସନ୍ତା ବର୍ଷ ଠାରୁ ଏହି ନୂତନ ପ୍ୟାକେଜିଂର ପରୀକ୍ଷା ଆରମ୍ଭ କରିବ । ଦୁଇ ଶହ ବର୍ଷର ହ୍ବିସ୍କି ଜନି ୱାକର୍ ସାଧାରଣତଃ ଏକ କାଚ ବୋତଲରେ ପ୍ୟାକ୍ ରେ ଉପଲବ୍ଧ କରୁଥିଲା । ଏବେ କିନ୍ତୁ କମ୍ପାନୀ କାଚ ଏବଂ ପ୍ଲାଷ୍ଟିକର ବ୍ୟବହାର ହ୍ରାସ କରିବାକୁ ମନସ୍ତ କରିଛି ।