ଇସଲାମାବାଦ: କୋରନା ମୁକାବିଲା ପାଇଁ ପାକିସ୍ତାନ ସରକାର କଡା ପଦକ୍ଷେପ ନେବା ସତ୍ତ୍ବେ ଅମାନିଆ ହେଉଛନ୍ତି ନାଗରିକ । ସାମାଜିକ ଦୂରତା ଅପେକ୍ଷା ଏହି ସମୟରେ ପ୍ରାର୍ଥନା ଦେଶକୁ ବଞ୍ଚାଇବ ବୋଲି ବିଶ୍ବାସ ରଖି ନାଗରିକମାନେ ଭାଙ୍ଗି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ନିୟମ। ସାମୂହିକ ପ୍ରାର୍ଥନା ବନ୍ଦ ପାଇଁ ଦେଶରେ ନିୟମ ଲାଗୁ ହୋଇଥିବା ବେଳେ ଗତ ଶୁକ୍ରବାର ଭାଙ୍ଗିଛି ଏହି ନିୟମ।
ସରକାରୀ ନିୟମକୁ ଫୁ, ପାକିସ୍ତାନରେ ଚାଲିଛି ସାମୂହିକ ପ୍ରାର୍ଥନା - କୋରୋନା ଅପଡେଟ
କୋରନା ମୁକାବିଲା ପାଇଁ ପାକିସ୍ତାନ ସରକାର କଡା ପଦକ୍ଷେପ ନେବା ସତ୍ତ୍ବେ ଅମାନିଆ ହେଉଛନ୍ତି ନାଗରିକ । ସାମାଜିକ ଦୂରତା ଅପେକ୍ଷା ଏହି ସମୟରେ ପ୍ରାର୍ଥନା ଦେଶକୁ ବଞ୍ଚାଇବ ବୋଲି ବିଶ୍ବାସ ରଖି ନାଗରିକମାନେ ଭାଙ୍ଗି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ନିୟମ।
![ସରକାରୀ ନିୟମକୁ ଫୁ, ପାକିସ୍ତାନରେ ଚାଲିଛି ସାମୂହିକ ପ୍ରାର୍ଥନା corona in pakistan, mass prayer in pakistan, corona update, coronavirus news, ପାକିସ୍ତାନରେ କୋରୋନା, ପାକିସ୍ତାନରେ ସାମୂହିକ ପ୍ରାର୍ଥନା, ପାକିସ୍ତାନରେ ନମାଜ ପାଠ, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-6847459-60-6847459-1587233211448.jpg)
ଶହ ଶହ ସଂଖ୍ୟାରେ ନାଗରିକ ଏକାଠି ହୋଇ ଶୁକ୍ରବାର ମସଜିଦରେ ନମାଜ ପାଠ କରୁଥିବା ଦେଖିବାକୁ ମିଳିଛି । ଏନେଇ ରାଜଧାନୀ ଇସଲାମାବାଦସ୍ଥିତ ଲାଲ ମସଜିଦରେ ଏକାଠି ହୋଇଥିଲେ ଶହ ଶହ ନାଗରିକ ଏବଂ କରିଥିଲେ ସାମୂହିକ ନମାଜ ପାଠ । ମୌଲାନା ଅବଦୁଲ ଅଜିଜଙ୍କ ନେତୃତ୍ବରେ ଏହି ସାମୂହିକ ପ୍ରାର୍ଥନା ସମାପନ ହୋଇଥିଲା । ତେବେ ମୌଲାନା ଅବଦୁଲ ଅଜିଜଙ୍କର ଆରମ୍ଭରୁ ହିଁ ସରକାରଙ୍କ ସହ ଖରାପ ସମ୍ପର୍କ ରହିଆସିଛି ।
ପୂର୍ବରୁ ମଧ୍ୟ ସେ ଦେଶର ଅନେକ ନାଗରିକଙ୍କୁ ନିଜ କଥାରେ ପ୍ରଭାବିତ କରି ସରକାରୀ ନିୟମ ବିରୋଧରେ ଛିଡା କରିଥିବା ବେଳେ କୋରୋନା ଭଳି ବିପତ୍ତି ସମୟରେ ମଧ୍ୟ ନିଜର ଏହି ସରକାର ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ କୋରୋନା ମୁକାବିଲା ସହ ଆଗକୁ ରମଜାନ ଆସୁଥିବାରୁ ସରକାର ଅନେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ବେଳେ ନାଗରିକଙ୍କ କାର୍ଯ୍ୟକଳାପ ଏହାକୁ ବେଖାତିର କରୁଛି ।