ଓଡିଶା

odisha

ETV Bharat / international

ଆପତ୍ତିଜନକ ଭିଡିଓ ଭାଇରାଲ ପରେ କାଶ୍ମୀର ଉପତ୍ୟକାରେ କଡା ବିରୋଧ ପ୍ରଦର୍ଶନ - Derogatory video

ଆପତ୍ତିଜନକ ଭିଡିଓ ବନାଇଥିବା 3 ଜଣକୁ ଗିରଫ କରିଛି ପୋଲିସ । ଏହି ଭିଡିଓରେ ସେମାନେ ଇସଲାମିକ ସନ୍ଥ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

କାଶ୍ମୀର ଉପତ୍ୟକାରେ କଡା ବିରୋଧ ପ୍ରଦର୍ଶନ
କାଶ୍ମୀର ଉପତ୍ୟକାରେ କଡା ବିରୋଧ ପ୍ରଦର୍ଶନ

By

Published : Aug 18, 2020, 3:33 PM IST

ଶ୍ରୀନଗର: ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଭାଇରାଲ ପରେ ସୋମବାର ଚେନ୍ନାବ ଓ କାଶ୍ମୀର ଉପତ୍ୟକାରେ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ଏହି ଭିଡିଓରେ ଇସଲାମିକ ସନ୍ଥ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ଡୋଡା, କିଶତୱାଡ ଏବଂ ରେସି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାଲି କରିଥିଲେ। ଜମ୍ମୁର ରେସି ଏବଂ ଡୋଡା ଅଞ୍ଚଳରେ ଏବଂ ଅନ୍ୟ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା ।

ସେହିପରି ବିବାଦୀୟ ମନ୍ତବ୍ୟ ପରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା କିସ୍ତାୱାଡା କର୍ଫ୍ୟୁ ଲାଗୁ କରାଯାଇଥିଲା। ବିକ୍ଷୋଭକାରୀମାନେ ଶ୍ରୀନଗର, ପୁଲୱାମା, କୁପାୱାଡା ଏବଂ ବଡଗାମରୁ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ।

ଏଥିରେ ଉତ୍ତେଜିତ ଲୋକମାନେ ପ୍ରଶାସନକୁ ଚେତାବନୀ ଦେଇ କହିଥିଲେ, ତୁରନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥିସହ ସମ୍ପୃକ୍ତ ଅଭିଯୁକ୍ତ ଫାଶୀ ଦେବାକୁ ମଧ୍ୟ ଦାବି କରିଥିଲେ ।

ସେପଟେ ପୋଲିସ ଏହି ଘଟଣାରେ ତିନି ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ଗିରଫ କରିଛି । ଧର୍ମଗୁରୁ ସତ୍ୟପାଲ ଶର୍ମା ଏବଂ ତାଙ୍କ ସହଯୋଗୀ ଓ ସୋସିଆଲ ମିଡିଆ ନ୍ୟୁଜ ଆଉଟଲେଟ ପାଇଁ ଭିଡିଓ ସୁଟିଂ କରିଥିବା ତୃତୀୟ ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରିଛି। ଡିଜିପି ଦିଲବାଗ ସିଂଙ୍କ ଅନୁଯାୟୀ ଏହି ତିନିଜଣଙ୍କୁ ଗିରଫ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

ABOUT THE AUTHOR

...view details