ଓଡିଶା

odisha

ETV Bharat / international

ଚୀନରେ ବନ୍ୟା ତାଣ୍ଡବ, 300ରୁ ଉର୍ଦ୍ଧ୍ବ ଲୋକ ମୃତ

ଚୀନରେ ଭୟଙ୍କର ରୂପ ନେଉଛି ବନ୍ୟା । ମଧ୍ୟ-ଚୀନର ହେନାନ୍ ଅଞ୍ଚଳରେ ହୋଇଥିବା ବନ୍ୟାରେ 300 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ ସୋମବାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଚୀନରେ ବନ୍ୟାର ତାଣ୍ଡବ, 300 ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ
ଚୀନରେ ବନ୍ୟାର ତାଣ୍ଡବ, 300 ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

By

Published : Aug 3, 2021, 2:15 PM IST

ବେଜିଂ: ଚୀନରେ ଭୟଙ୍କର ରୂପ ନେଉଛି ବନ୍ୟା । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବାବେଳେ ଶହ ଶହ ଲୋକଙ୍କ ଜୀବନ ଗଲାଣି । ତେବେ ମଧ୍ୟ-ଚୀନର ହେନାନ୍ ଅଞ୍ଚଳରେ ହୋଇଥିବା ବନ୍ୟାରେ 300 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଅଧିକାରୀମାନେ ସୋମବାର ଘୋଷଣା କରିଛନ୍ତି । ପୂର୍ବରୁ ଘୋଷିତ ହୋଇଥିବା ମୃତ୍ୟୁ ସଂଖ୍ୟା ଏବେ ତିନି ଗୁଣ ବୃଦ୍ଧି ପାଇଛି । ମଧ୍ୟ-ଚୀନର ହେନାନ୍ ଅଞ୍ଚଳରେ ତାଣ୍ଡବ ରଚିଥିବା ବନ୍ୟାରେ 302 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି 50 ଜଣ ନିଖୋଜ ଥିବା ହେନାନ ପ୍ରାଦେଶିକ ସରକାର କହିଛନ୍ତି।

ସରକାରୀ ଖବର ସଂସ୍ଥା ଅନୁସାରେ, ହେନାନର ରାଜଧାନୀ ଝେଙ୍ଗଝୌ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୨୯୨ ଜଣ ପ୍ରାଣ ହରାଇଥିବା ବେଳେ ୪୭ ଜଣ ଏବେବି ନିଖୋଜ ଅଛନ୍ତି । ପ୍ରକାଶଥାଉକି, ଜୁଲାଇ 20ରେ ହୋଇଥିବା ବୃଷ୍ଟିପାତ ସବୁ ରେକର୍ଡ ଭାଙ୍ଗିଥିଲା। ମୂଷଳଧାରାରେ ହୋଇଥିବା ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏଠାରେ ଥିବା ଏକ କାର ପାର୍କିଂରେ ୩୯ ଜଣଙ୍କ ମୃତଦେହ ମିଳିଛି । ସହରର କିଛି ଡ୍ରେନରେ ମଧ୍ୟ ୬ଜଣ ବୁଡି ପ୍ରାଣ ହରାଇଛନ୍ତି । ଏବେବି କିଛି ଲୋକ କାର ମଧ୍ୟରେ ଫସି ରହିଥିବା ଜଣାପଡ଼ିଛି ।

କର୍ତ୍ତୃପକ୍ଷ କହିଛନ୍ତି ଯେ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ 189 ଜଣଙ୍କର ମୃତ୍ୟୁ ଘଟିଛି, ଘର ଭୁଶୁଡ଼ି 54 ଜଣ ଏବଂ ବେସମେଣ୍ଟ, ଗ୍ୟାରେଜ ଏବଂ ମେଟ୍ରୋ ଲାଇନ ଭଳି ଭୂତଳ ଅଞ୍ଚଳରେ 39 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବର୍ଷା ଓ ବନ୍ୟା କାରଣରୁ ୧ କୋଟି ୪୫ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ୯୦ ହଜାର ହେକ୍ଟରରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୦୬୦୦ରୁ ଅଧିକ ଘର ଭାଙ୍ଗି ଯାଇଛି । ଝେଙ୍ଗଝୌରେ ୩ ଦିନରେ ୬୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସହରର ବାର୍ଷିକ ବର୍ଷାର ପରିମାଣ ସହ ସମାନ ।

ABOUT THE AUTHOR

...view details