ମାନିଲା:ଫିଲିପାଇନ୍ସରେ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତରେ ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି ପାଇଛି । ମୃତକଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି । ଏହି ମୃତକଙ୍କ ମଧ୍ୟରେ 47 ଜଣ ସୈନ୍ୟ ଥିବାବେଳେ 3 ଜଣ ସାଧାରଣ ନାଗରିକ ରହିଥିଲେ ବୋଲି ସୂଚନା ମିଳିଛି ।
ଦକ୍ଷିଣାଞ୍ଚଳ ଫିଲିପାଇନ୍ସରେ ଏହା ସବୁଠାରୁ ବଡ ସାମରିକ ଦୁର୍ଘଟଣା । ଏହି ବିମାନରେ ମୋଟ 92 ଜଣ ମିଲିଟାରୀ ପର୍ସନ ଥିବାବେଳେ ରବିବାର ପୂର୍ବାହ୍ନ ପ୍ରାୟ 11ଟା 30 ମିନିଟରେ ପାତିକୁଲ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା । ସୁଲୁ ପ୍ରଦେଶର ଜୋଲୋ ଦ୍ବୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ C-130 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ଅନେକ ଯାତ୍ରୀ ସାମରିକ ତାଲିମରେ ସ୍ନାତକ ହାସଲ କରିଥିଲେ ଏବଂ ମୁସଲମାନ ସଂଖ୍ୟାଲଘୁ ଅଞ୍ଚଳରେ ଉଗ୍ରବାଦୀଙ୍କ ସହ ଲଢୁଥିବା ଟାସ୍କଫୋର୍ସର ଏକ ଅଂଶ ଭାବରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା ।