ଓଡିଶା

odisha

ଇରାକରେ ବଜାରରେ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩୧

ଇରାକ ବାଗଦାଦର ପୂର୍ବାଞ୍ଚଳ ମାର୍କେଟରେ ବିସ୍ଫୋରଣ ଘଟି ୩୧ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Jul 20, 2021, 2:14 PM IST

Published : Jul 20, 2021, 2:14 PM IST

ଇରାକରେ ବଜାରରେ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩୧
ଇରାକରେ ବଜାରରେ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩୧

ବାଗଦାଦ: ଇରାକର ରାଜଧାନୀ ବାଗଦାଦର ପୂର୍ବାଞ୍ଚଳରେ ଥିବା ବଜାରରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୧ ଛୁଇଁଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଛି ବୋଲି ଇରାକର ସୁରକ୍ଷାକର୍ମୀମାନେ ସୂଚନା ଦେଇଛନ୍ତି ।

ଇରାକର ସାଦର ସିଟି ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଛି । ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ଲୋକମାନେ ବାସ କରିଥାନ୍ତି ବୋଲି ଜଣାପଡିଛି । ପୂର୍ବ ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣରେ ୧୯ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ଗୁରୁତର ଆହତ ହୋଇଛନ୍ତି । ପୂର୍ବାଞ୍ଚଳ ବାଗଦାଦର ମାର୍କେଟ ଅଞ୍ଚଳରେ ଅଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି ।

ଏହି ବିସ୍ଫୋରଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଧିମି । ଏଭଳି ବଡ ଧରଣର ବିସ୍ଫୋରଣକୁ ରୋକିବାରେ ସାଦର ସିଟି ଜିଲ୍ଲା ମୁଖ୍ୟ ବିଫଳ ହୋଇଛନ୍ତି । ଏଥିଲାଗି ଇରାକ ପ୍ରଧାନମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ABOUT THE AUTHOR

...view details