ଇସଲାମାବାଦ: ପାକିସ୍ତାନରେ କାଶ୍ମୀର ପ୍ରସଙ୍ଗରେ ଚାଲିଥିବା ଅନ୍ତର୍ଜାତୀୟ ୱେବିନାରରେ ସାଇବର ଆଟାକ୍ । ହ୍ୟାକର୍ସ ବଜାଇଲେ ଜୟ ଶ୍ରୀ ରାମ ଗୀତ । ଫଳରେ ବିରକ୍ତି ପ୍ରକାଶ କଲେ ପାକିସ୍ତାନ ସମର୍ଥକ । ଯାହାଦ୍ବାର ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଲଜ୍ଜିତ ହୋଇଛି ପାକିସ୍ତାନ ।
ପାକିସ୍ତାନରେ କାଶ୍ମୀର ପ୍ରସଙ୍ଗରେ ଚାଲିଥିଲା ଅନ୍ତର୍ଜାତୀୟ ୱେବିନାର; ବାଜିଲା ଜୟ ଶ୍ରୀ ରାମ ଗୀତ - cyber attack on international webinar
ପାକିସ୍ତାନରେ କାଶ୍ମୀର ପ୍ରସଙ୍ଗରେ ଚାଲିଥିବା ଅନ୍ତର୍ଜାତୀୟ ୱେବିନାରରେ ସାଇବର ଆଟାକ୍ । ହ୍ୟାକର୍ସ ବଜାଇଲେ ଜୟ ଶ୍ରୀ ରାମ ଗୀତ । ଅଧିକ ପଢନ୍ତୁ..
ଧାରା 370 ପ୍ରସଙ୍ଗରେ ପାକିସ୍ତାନ ଏକ ଅନ୍ତର୍ଜାତୀୟ ସେମିନାର ଆୟୋଜନ କରିଥିଲା ପାକିସ୍ତାନ । ଜୁମ୍ ଆପରେ ଚାଲିଥିବା ଏହି ସଭାରେ ଗୀତ ବାଜିବା ମାତ୍ରେ ପାକିସ୍ତାନୀ ଅତିଥିମାନେ ଦ୍ବନ୍ଦରେ ପଡ଼ିଥିଲେ | ସେମାନେ କିଛି ବୁଝିବା ଆଗରୁ ଜୟ ଶ୍ରୀରାମ.. ପରେ ଜୟ ହନୁମାନ ଗୀତ ବାଜିବା ଆରମ୍ଭ ହୋଇଯାଇଥିଲା । ପାକିସ୍ତାନୀ ବୁଦ୍ଧିଜୀବୀମାନେ ବୈଠକରେ ବସି ରାମ ଏବଂ ପରେ ହନୁମାନଙ୍କ ଗୀତ ଶୁଣିବାରେ ବିରକ୍ତ ହୋଇଥିଲେ । ପରେ ଜାଣିବାକୁ ପାଇଥିଲେ ଯେ ସାଇବର ଆକ୍ରମଣ ହୋଇଛି ଏବଂ ହ୍ୟାକର୍ସମାନେ ଦାବି କରିଥିଲେ ଯେ ସେମାନେ ଭାରତୀୟ । ଏହା ହ୍ୟାକର୍ସଙ୍କ ଦ୍ବାରା କୁହାଯାଇଥିଲା, "ଆମେ ଭାରତୀୟ । ଖୁଲମଖୁଲା ଆମେ ତୁମକୁ କନ୍ଦାଇବୁ" ।
ପାକିସ୍ତାନୀ ଅତିଥିମାନେ ଏହି ୱେବିନାରକୁ କୌଣସି ପ୍ରକାରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ହ୍ୟାକର୍ସମାନେ ଏହା କରିବାକୁ ଦେଇନଥିଲେ । ଏଠାରେ କହିରଖୁଛୁ ଯେ, ଏହି ଘଟଣା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ଚଳିତ ବର୍ଷ ଅଗଷ୍ଟ 2 ରେ DAWN ଟିଭିରେ ସାଇବର ଆକ୍ରମଣ ହୋଇଥିଲା । ଏବଂ ଟିଭି ପରଦାରେ ତ୍ରିରଙ୍ଗାକୁ 15 ସେକେଣ୍ଡ ପର୍ଯ୍ୟନ୍ତ ଦେଖାଯାଇଥିଲା ।