କୋରୋନା ଭ୍ୟାକ୍ସିନ ଅପେକ୍ଷାରେ ସାରା ବିଶ୍ବ। ସବୁ ଦେଶରେ ବୈଜ୍ଞାନିକ ମାନେ ନିଜକୁ ଏହି ଔଷଧ ବାହାର କରିବାରେ ନିୟୋଜିତ ରଖିଛନ୍ତି। ବର୍ତ୍ତମାନ ସମୟରେ ପାଖରେ ମିଳୁଥିବା ବିଭିନ୍ନ ମେଡିସିନର ଉପଯୋଗ କରି ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ସେଥିମଧ୍ୟରୁ ଗୋଟିଏ ଔଷଧ ହେଉଛି ରେମଡେସିଭିର।
ଏହି ଔଷଧର ବ୍ୟବହାରକୁ ଦକ୍ଷିଣ କୋରିଆ ମଧ୍ୟ ଅନୁମୋଦନ କରିଛି। ବିଭିନ୍ନ ଦେଶରେ ଏହାର ସଫଳତା ଦେଖିବା ପରେ ଦକ୍ଷିଣ କୋରିଆ ସରକାର ଏକ ବୈଠକ କରି ଏହାକୁ କିପରି ବ୍ୟବହାର କରିହେବ ସେନେଇ ଚିନ୍ତା କରୁଛନ୍ତି। ଏହାସହ ଆକ୍ରାନ୍ତ ରୋଗୀଙ୍କୁ ଦିନକୁ ଥରେ ଏହି ମେଡିସିନର ଗୋଟିଏ ଡୋଜ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି।
ଦକ୍ଷିଣ କୋରିଆର ଖାଦ୍ୟ ଏବଂ ଔଷଧ ସୁରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେସିଭିରଏକ ସହାୟକ ତଥା ପ୍ରଭାବଶାଳୀ ଔଷଧ ଅଟେ। ଏକ ରିପୋର୍ଟ ଅନୁଯାୟୀ, ରେମଡେସିଭିର ଦ୍ୱାରା କୋରୋନା ରୋଗୀ ସୁସ୍ଥ ହେଉଛନ୍ତି।