ଢାକା :ମହାମାରୀ ବେଳେ ବାଂଲାଦେଶକୁ ସହାୟତାର ହାତ ବଢାଇଲା ଭାରତ । ଉପହାର ଦେଲା ୨ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ । ଭାରତୀୟ ନୌସେନା ଜାହାଜ ସାବିତ୍ରୀ ଯୋଗେ ଗୁରୁବାର ବାଂଲାଦେଶର ଛାଟୋଗ୍ରାମ ବନ୍ଦରରେ ପହଞ୍ଚିଛି । ଯାହାକୁ ବାଂଲାଦେଶ କର୍ତ୍ତୃପକ୍ଷ ଆଦର ସହକାରେ ଗ୍ରହଣ କରିଛନ୍ତି।
ସେପଟେ ଏନେଇ ବାଂଲାଦେଶରେ ଥିବା ଭାରତର ହାଇକମିଶନ ମଧ୍ୟ ଟୁଇଟ କରିଛନ୍ତି । ୨ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ ଭାରତବାସୀଙ୍କ ତରଫରୁ ବାଂଲାଦେଶବାସୀଙ୍କୁ ଉପହାର ଦିଆଯାଇଛି । ଯାହା ମହମାରୀ ସମୟରେ ଏକ ଅସ୍ତ୍ର ଭାବେ କାମ କରିବ ବୋଲି ସେ କହିଛନ୍ତି ।
INS ସାବିତ୍ରୀ ସୋମବାର ଦିନ ଦୁଇଟି 960 ଏଲପିଏମ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ (MOP) କୁ ନେଇ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରିଥିଲା । ତେବେ ଏ ଦୁଇଟି ମୋବାଇକ ଅକ୍ସିଜେନ ପ୍ଲାଣ୍ଚ ମଧ୍ୟରୁ ଗୋଟିଏ ବାଂଲାଦେଶ ସେନାକୁ ଦିଆଯିବାକୁ ଥିବା ବେଳେ ଅନ୍ୟଟି ଢାକା ମେଡିକାଲ କଲେଜରେ ଲଗାଯିବ । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି । ଭାରତ ଏବଂ ବାଂଲାଦେଶ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ଭାରତ ଏବଂ ବାଂଲାଦେଶର ଲୋକମାନେ ମଧ୍ୟ ଏକ ସାଂସ୍କୃତିକ ବନ୍ଧନରେ ଯୋଡି ହୋଇଛନ୍ତି ।
INS ସାବିତ୍ରୀ ବିଶାଖାପାଟନମ୍ ସ୍ଥିତ ଇଷ୍ଟର୍ନ ନାଭାଲ୍ କମାଣ୍ଡ ଅଧୀନରେ ନୌସେନାର ଏକ ସ୍ୱଦେଶୀ ନିର୍ମିତ ଜାହାଜ । ଏହା ପୂର୍ବରୁ ଭାରତୀୟ ନୌସେନା ଜାହାଜ ଶକ୍ତି 100T LMO କୁ କଲୋମ୍ବା ଓ ଶ୍ରୀଲଙ୍କାକୁ ପଠାଇଥିଲା । INS ଐରାବତ ଇଣ୍ଡୋନେସିଆ, ଭିଏତନାମ ଏବଂ ଥାଇଲାଣ୍ଡକୁ ଚିକିତ୍ସା ସହାୟତା ସାମଗ୍ରୀ ପଠାଇବା ପାଇଁ ଦକ୍ଷିଣ ପୂର୍ବ ଏସିଆରେ ନିୟୋଜିତ ରହିଛି ।
@ANI