ଓଡିଶା

odisha

ETV Bharat / international

ସୁସ୍ଥ ବ୍ୟକ୍ତିଙ୍କଠାରେ ସକ୍ରିୟ ହୋଇପାରେ କୋରୋନା ଭୂତାଣୁ - କୋରୋନା ସଂକ୍ରମଣର ନୂଆ ଲକ୍ଷଣ

ଦକ୍ଷିଣ କୋରିଆର ଡାକ୍ତର ଓ ଗବେଷକମାନଙ୍କ କହିବା ଅନୁଯାୟୀ କୋରୋନା ସଂକ୍ରମଣରେ ଦେଖାଯାଇଛି ଏକ ନୂଆ ଲକ୍ଷଣ । ଏହାଦ୍ବାରା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିବା ପରେ ସେମାନଙ୍କ ପାଖରେ ପୁଣି ଏହି ଭୂତାଣୁ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି ।

coronavirus news, corona update, reactivation of corona virus, new sign of corona pandemic, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, କୋରୋନା ସଂକ୍ରମଣର ନୂଆ ଲକ୍ଷଣ, କୋରୋନା ଭୂତାଣୁର ସକ୍ରିୟକରଣ
ସୁସ୍ଥ ବ୍ୟକ୍ତିଙ୍କଠାରେ ସକ୍ରିୟ ହୋଇପାରେ କୋରୋନା ଭୂତାଣୁ

By

Published : Apr 9, 2020, 7:48 PM IST

ସିଓଲ: କୋରୋନା କବଳରେ ସାରା ବିଶ୍ବ ଅସ୍ତବ୍ୟସ୍ତ । ଏହାକୁ ନେଇ ସାରା ବିଶ୍ବରେ ଜାରି ରହିଛି ଅଧ୍ୟୟନ ଓ ଗବେଷଣା । ତଥାପି ଆଜି ଯାଏଁ ଜଣଆ ପଡିପାରିଲା ନାହିଁ ଏହାର ଉତ୍ପତ୍ତିର କାରଣ କିମ୍ବା ଏହାର ପ୍ରତିଷେଧକ । ଏପତି ସ୍ଥିତିରେ କୋରିଆର କିଛି ଡାକ୍ତର ଓ ଗବେଷକ ଦେଇଛନ୍ତି ଏକ ଏପରି ମତ ଯାହା ଶୁଣିଲେ ଉଡିଯିବ ଆପଣଙ୍କ ହୋସ ।

ଦକ୍ଷିଣ କୋରିଆର ଡାକ୍ତର ଓ ଗବେଷକମାନଙ୍କ କହିବା ଅନୁଯାୟୀ କୋରୋନା ସଂକ୍ରମଣରେ ଦେଖାଯାଇଛି ଏକ ନୂଆ ଲକ୍ଷଣ । ଏହାଦ୍ବାରା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିବା ପରେ ସେମାନଙ୍କ ପାଖରେ ପୁଣି ଏହି ଭୂତାଣୁ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ କେତେକ ଚିକିତ୍ସିତ ସଂକ୍ରମିତଙ୍କ କ୍ଷେତ୍ରରେ ଟେଷ୍ଟର ଫଳାଫଳରେ ବାରମ୍ବାର ପରିବର୍ତ୍ତନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟ ଶବ୍ଦରେ କହିବାକୁ ଗଲେ ଦେଖାଯାଇଛି କି କେତେକ ଚିକିତ୍ସିତ ସଂକ୍ରମିତଙ୍କର ପ୍ରଥମ ଟେଷ୍ଟ ପଜିଟିଭ, ଦ୍ବିତୀୟ ଟେଷ୍ଟ ନେଗେଟିଭ, ତୃତୀୟ ନେଗେଟିଭ ଓ ଚତୁର୍ଥ ପଜିଟିଭ ଆସୁଥିବା ଦେଖିବାକୁ ମିଳିଛି । ଏମିତିରେ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ପଷ୍ଟ ଜଣା ନପଡିବା ସହ ସେମାନଙ୍କ ଚିକିତ୍ସା ପ୍ରଣାଳୀ ମଧ୍ୟ ପ୍ରଭାବିତ ହେଉଛି । ଫଳସ୍ବରୂପ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକଙ୍କ ପାଖରେ ପୁଣି ଏକ ଭୂତାଣୁ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଦକ୍ଷିଣ କୋରିଆ ଏକ ଏପରି ଦେଶ ଯେଉଁଠାରେ କୋରୋନାର ସଂକ୍ରମଣ ତୀବ୍ର ବେଗରେ ବ୍ୟାପିବା ସତ୍ତ୍ବେ ଏହି ଦେଶରେ ମାତ୍ର 200 ମୃତ୍ୟୁ ରେକର୍ଡ କରାଯାଇଛି । ଏହି ଲକ୍ଷଣ ନା ଯେ କେବଳ କୋରିଆରେ ଦେଖାଦେଇଛି ବରଂ ଏହା ଚୀନରେ ମଧ୍ୟ ଦେଖାଯାଇଥିବା ଜଣା ପଡିଛି । ହେଲେ ହଠାତ୍‌ କୋରୋନା ସଂକ୍ରମଣରେ ପ୍ରକାଶ ପାଇଥିବା ଏହି ନୂଆ ଲକ୍ଷଣ ୟେ କେତେ ମାରାତ୍ମକ ତାହା ଆଗାମୀ ପରୀକ୍ଷାରୁ ସ୍ପଷ୍ଟ ଜଣା ପଡିବ ବୋଲି କହିଛନ୍ତି ସମ୍ପୃକ୍ତ ଡାକ୍ତର ଓ ଗବେଷକ ।

ABOUT THE AUTHOR

...view details