ବେଜିଂ: ଥମୁନି କୋରୋନା ଆତଙ୍କ । ହୁ ହୁ ହୋଇ ବଢୁଛି ସଂକ୍ରମଣ ରିପୋର୍ଟ । କମୁନାହିଁ ମୃତ୍ୟୁ ସଂଖ୍ୟା । ଏବେ କୋରୋନା ଭାଇରସରେ କେବଳ ଚୀନରେ ମୃତ୍ୟୁ ସଂଖ୍ୟା 1477ରେ ପହଞ୍ଚିଛି । ଏଥିସହ ଚୀନର 60ହଜାର ଲୋକ ଭାଇରସ୍ରେ ଆକ୍ରାନ୍ତ ଥିବା ସରକାରୀ ଭାବେ କୁହାଯାଇଛି ।
ବିଶ୍ବକୁ କୋରୋନା ଡର: 1486କୁ ଛୁଇଁଲାଣି ମୃତ୍ୟୁ ସଂଖ୍ୟା - କୋରୋନାଭାଇରସ
କୋରୋନା ଭାଇରସରେ ଚୀନରେ ମୃତ୍ୟୁ ସଂଖ୍ୟା 1477ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ ଏହି ସଂଖ୍ୟାକୁ ମିଶାଇ ମୋଟ 1486ଜଣ ପ୍ରାଣ ହରାଇ ସାରିଲେଣି । ଏହାସହ ସାରା ବିଶ୍ବରେ ଏହି ଭାଇରସ ଜନିତ ମୋଟ 65191 ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...
![ବିଶ୍ବକୁ କୋରୋନା ଡର: 1486କୁ ଛୁଇଁଲାଣି ମୃତ୍ୟୁ ସଂଖ୍ୟା coronavirus rises Death](https://etvbharatimages.akamaized.net/etvbharat/prod-images/768-512-6066311-thumbnail-3x2-oplolp.jpg)
coronavirus rises Death
ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ ଚୀନ ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ 1486ଜଣ ପ୍ରାଣ ହରାଇ ସାରିଲେଣି କୋରୋନା ଭାଇରସ ଦ୍ୱାରା । ଏହାସହ ସାରା ବିଶ୍ବରେ ଏହି ଭାଇରସ ଜନିତ ମୋଟ 65191 ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି ।
ଚୀନର ହୁବେଇ ପ୍ରାନ୍ତରେ 36719 ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ସୂଚନା ଯେ, ଫେବ୍ରୁଆରି ୧୨ ତାରିଖରେ ଗୋଟିଏ ଦିନରେ ଚୀନ୍ରେ ୨୫୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୧୫୨ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। କେବଳ ହୁବେଇ ପ୍ରଦେଶରେ ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୪,୮୪୦ ଜଣଙ୍କ ଶରୀରରେ ଭାଇରସ୍ ଚିହ୍ନଟ ହୋଇଛି।
Last Updated : Feb 14, 2020, 10:16 AM IST