ବେଜିଂ: ଅଣାୟତ୍ତ ହେଉଛି କୋରୋନା ଭାଇରସ । କୋରୋନା ଆତଙ୍କ ଥମିବାରେ ନାଁ ଧରୁନି । ମୃତ୍ୟୁ ସଂଖ୍ୟା 1000 ପାର୍ ହେଲାଣି । ଏହାସହ 4ହଜାରରୁ ଉର୍ଦ୍ଧ୍ବ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ଘନଘନ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବଢି ଚାଲିଛି । ସଦ୍ୟ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା 1000 ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ 40ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି ।
କୋରୋନା ଅଣାୟତ୍ତ: 1000 ଛୁଇଁଲା ମୃତ୍ୟୁ ସଂଖ୍ୟା - Coronavirus update
କୋରୋନା ଆତଙ୍କ ଥମିବାରେ ନାଁ ଧରୁନି । ମୃତ୍ୟୁ ସଂଖ୍ୟା 1000 ପାର୍ ହେଲାଣି । ସଦ୍ୟ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା 1000 ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ 40ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...
ସୂଚନା ଅନୁସାରେ ଏହାପୂର୍ବରୁ ରବିବାର ଗୋଟିଏ ଦିନରେ ଚୀନରେ 97 ଲୋକଙ୍କ ପ୍ରାଣହାନୀ ଘଟିଥିଲା । କୋରୋନା ଭାଇରସରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ଘଟଣା ଏହା ପ୍ରଥମ ବୋଲି ଜଣାପଡିଛି । ସେହିପରି ରବିବାର 4008 ନୂତନ ମାମଲା ସାମ୍ନାକୁ ଆସିଥିଲା । ଏହା ମଧ୍ୟରୁ 296 ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା ।
ସେହିପରି ରବିବାର ମେଡିକାଲରୁ ସୁସ୍ଥ ହୋଇ 3281 ଲୋକ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା 1000ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ 40 ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବିଶ୍ବର 27ଟି ଦେଶରେ କାୟା ବିସ୍ତାର କରିଛି କୋରୋନା ଭାଇରାସ ।