ଓଡିଶା

odisha

ETV Bharat / international

କୋରୋନା କବଜାରେ କୋରିଆ, ଆକ୍ରାନ୍ତଙ୍କ ସଂଖ୍ୟା 2931କୁ ବୃଦ୍ଧି

ଦକ୍ଷିଣ କୋରିଆରେ ବେଶ ପ୍ରଭାବ ଦେଖାଉଛି କୋରୋନା ଭାଇରସ । ଗତ ଶୁକ୍ରବାର ସୁଦ୍ଧା 594ଟି ନୂଆ ରୋଗୀ ଚିହ୍ନଟ ହେବା ପରେ କୋରୋନା ଆକ୍ରନ୍ତଙ୍କ ସଂଖ୍ୟା ଏବେ 2931ରେ ପହଞ୍ଚିଛି ।

By

Published : Feb 29, 2020, 1:45 PM IST

Coronavirus
କୋରୋନା କବଜାରେ କୋରିଆ

ସିଓଲ: କୋରୋନା କବଜାରେ ଦକ୍ଷିଣ କୋରିଆ । ଏହି ଭାଇରସ କେବଳ ଚୀନରେ ସୀମିତ ନାହିଁ । ଏହାର ପ୍ରଭାବ ବ୍ୟାପକ ମାତ୍ରାରେ କୋରିଆରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଭୂତାଣୁ କୋରିଆରେ କାୟା ବିସ୍ତାର କରିବାରେ ଲାଗିଛି । ପାଖାପାଖି 594ଟି ନୂଆ ରୋଗୀ ଚିହ୍ନଟ ହେବା ସହ 2931 ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ କୋରିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରୋଗ ନିୟନ୍ତ୍ରଣ ଓ ନିରାକରଣ(କେସିଡିସି) ।

ସେପଟେ, 27 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, 16ଜଣଙ୍କ ଜୀବନ ଯାଇଛି । ପ୍ରାଥମିକ ପର୍ଯ୍ୟାୟରେ କୋରିଆରେ ଏହି ଭାଇରସକୁ ନେଇ ଅରେଞ୍ଜ ଓ ରେଡ ଆଲର୍ଟ ଜାରି ହୋଇଥିଲା । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଚୀନରେ 2835 ଜଣଙ୍କ ଜୀବନ ନେଇ ସାରିଲାଣି କୋରୋନା । ସୂଚନାଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୋରୋନାକୁ ନେଇ ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହାକୁ ନେଇ ବିଶ୍ବସ୍ତରୀୟ ବିପଦ ରହିଥିବା ମଧ୍ୟ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details