ଓଡିଶା

odisha

ETV Bharat / international

ବାଂଲାଦେଶରେ କୋରୋନା ବିତ୍ପାତ୍ତ, ମୃତ୍ୟୁ ସଂଖ୍ୟା 1900 ପାର

ବାଂଲାଦେଶରେ ବିତ୍ପାତ୍ତରେ ପରିଣତ ହୋଇଛି କୋରୋନା ସଂକ୍ରମଣ । ଦେଶରେ କିଛି ଦିନର ସାମାନ୍ୟତମ ପରିସ୍ଥିତି ପରେ ଏବେ ପୁଣି ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଏମିତିରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ଜଣଙ୍କ ମୃତ୍ୟୁ ସହ ଦେଶରୋ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା 1968ରେ ପହଞ୍ଚିଛି ।

corona situation in bangladesh, corona update in bangladesh, coronavirus news, corona fight in bangladesh, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ବାଂଲାଦେଶରେ କୋରୋନା ମୁକାବିଲା
ବାଂଲାଦେଶରେ କୋରୋନା ବିତ୍ପାତ୍ତ, ମୃତ୍ୟୁ ସଂଖ୍ୟା 1900 ପାର

By

Published : Jul 4, 2020, 7:04 AM IST

ଢାକା: ବାଂଲାଦେଶରେ ବିତ୍ପାତ୍ତରେ ପରିଣତ ହୋଇଛି କୋରୋନା ସଂକ୍ରମଣ । ଦେଶରେ କିଛି ଦିନର ସାମାନ୍ୟତମ ପରିସ୍ଥିତି ପରେ ଏବେ ପୁଣି ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଏମିତିରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 42 ଜଣଙ୍କ ମୃତ୍ୟୁ ସହ ଦେଶରୋ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା 1968ରେ ପହଞ୍ଚିଛି । ସେପଟେ ଗତ 24 ଘଣ୍ଟାରେ 3114 ନୂଆ ସଂକ୍ରମଣ ସହ ମୋଟ ଆକ୍ରାନ୍ତ ସଂଖ୍ୟା 156,391ରେ ପହଞ୍ଚିଛି ।

ହେଲେ ଦେଶରେ 1606 ଜଣ ଆକ୍ରାନ୍ତ ମଧ୍ୟ ଗୋଟିଏ ଦିନ ମଧ୍ୟ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି । ଏଥିସହ ଦେଶରେ ମୋଟ ସୁସ୍ଥ ସଂଖ୍ୟା 68,048ରେ ପହଞ୍ଚିଥିବା ପ୍ରକାଶିତ । ଏନେଇ ସୂଚନା ଦେଇଛନ୍ତି ଡିଜିଏଚଏସ ଅତିରିକ୍ତ ସାଧାରଣ ନିର୍ଦ୍ଦେଶକ ନସିମା ସୁଲତାନା । ସେ କହିଛନ୍ତି କି ଦେଶରେ ବର୍ତ୍ତମାନ ସୁସ୍ଥତା ହାର 43.51 ପ୍ରତିଶତ ରହିଛି । ସେପଟେ ମୃତ୍ୟୁହାର 1.26 ପ୍ରତିଶତ ରହିଛି ।

ସୂଚନା ମୁତାବକ ଗତ 24 ଘଣ୍ଟାରେ ରେକର୍ଡ ହୋଇଥିବା 42 ଜଣଙ୍କ ମଧ୍ୟତରେ 32 ଜଣ ପୁରୁଷ ଓ 10 ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ 11ରୁ 20 ବର୍ଷ ବୟସ୍କ, 3ଜଣ 21ରୁ 30 ବର୍ଷ ବୟସ୍କ, 31ରୁ 40 ବର୍ଷ ବୟସ୍କ ଜଣେ, 41ରୁ 50 ବର୍ଷ ବୟସ୍କ 5 ଜଣ, 51ରୁ 70 ବର୍ଷ ବୟସ୍କ 22 ଜଣ ଓ 7 ଜଣ 71ରୁ 80 ବର୍ଷ ବୟସ୍କ ରହିଛନ୍ତି ।

@IANS

ABOUT THE AUTHOR

...view details