ରିୟାଦ: ସାଉଦି ଆରବରେ କୋରୋନା ପ୍ରକୋପ ମାଡି ଚାଲିଥିବା ବେଳେ ଇସଲାମ ଧର୍ମରେ ସବୁଠାରୁ ପବିତ୍ର ସ୍ଥାନର ଆଖ୍ୟା ମିଳିଥିବା ସ୍ଥାନରେ ପହଞ୍ଚିଛି କୋରୋନା ସଂକ୍ରମଣ । ଏହି ସ୍ଥାନଟି ହେଉଛି ମକ୍କା । ଏଠାରେ ସଂକ୍ରମଣ ବର୍ତ୍ତମାନ ନିଜ ଗତି ବଢାଇ ସାରିଥିବା ବେଳେ ସାଉଦି ଆରବ ପାଇଁ ବଢିଛି ଚିନ୍ତା ।
ଇସଲାମ ଧର୍ମର ସବୁଠାରୁ ପବିତ୍ର ସ୍ଥାନରେ ପହଞ୍ଚିଲା କୋରୋନା - କୋରୋନା ମୁକାବିଲା
ସାଉଦି ଆରବରେ କୋରୋନା ପ୍ରକୋପ ମାଡି ଚାଲିଥିବା ବେଳେ ଇସଲାମ ଧର୍ମରେ ସବୁଠାରୁ ପବିତ୍ର ସ୍ଥାନର ଆଖ୍ୟା ମିଳିଥିବା ସ୍ଥାନରେ ପହଞ୍ଚିଛି କୋରୋନା ଭୂତାଣୁ ।
![ଇସଲାମ ଧର୍ମର ସବୁଠାରୁ ପବିତ୍ର ସ୍ଥାନରେ ପହଞ୍ଚିଲା କୋରୋନା islam religion, corona in mecca, corona in saudi arabia, corona fight, coronavirus news, ଇସଲାମ ଧର୍ମ, ମକ୍କାରେ କୋରୋନା, ସାଉଦି ଆରବରେ କୋରୋନା, କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-6789670-460-6789670-1586869337548.jpg)
ମୁଖ୍ୟତଃ ମକ୍କାରେ ଥିବା ବସ୍ତି ଓ ଜନଗହଳି ପାଇଁ ଏଠାରେ ସଂକ୍ରମଣ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ରୋକିବା ପାଇଁ 24 ଘଣ୍ଟା କର୍ଫ୍ୟୁ ଜାରି ହେବା ସତ୍ତ୍ବେ ସଂକ୍ରମଣ କମିବା ବଦଳରେ ବଢିବାରେ ଲାଗିଥିବା ଦେଖାଯାଉଛି । ଏହି ସହରରେ କ୍ଷମତାଠାରୁ ଅଧିକ ଲୋକେ ଅର୍ଥାତ ପ୍ରାୟ 2 ମିଲିୟନ ଲୋକେ ବସବାସ କରନ୍ତି । ସେଥିରେ ମୁଖ୍ୟତଃ ମୂଲିଆ ମଜୁରୀ କରୁଥିବା ଲୋକେ ଓ ଆର୍ଥିକ ଦୁର୍ବଳ ଲୋକେ ସାମିଲ ରହିଛନ୍ତି । ତେଣୁ ଏଠାରେ ସଂକ୍ରମଣକୁ ରୋକିବା ଏକ ବହୁତ ବଡ ଚ୍ୟାଲେଞ୍ଜରେ ସାବ୍ୟସ୍ତ ହୋଇଛି ।
ବର୍ତ୍ତମାନ ସୁଦ୍ଧା ସାଉଦି ଆରବ ରାଜଧାନୀ ରିୟାଦରେ 1422 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମକ୍କାରେ 1050 ଛୁଇଁଛି ସଂକ୍ରମଣ ସଂଖ୍ୟା ।