ଓଡିଶା

odisha

ETV Bharat / international

ବିଶ୍ୱରେ କୋରୋନା ସ୍ଥିତି ଶୋଚନୀୟ, 24 ଘଣ୍ଟାରେ ଆମେରିକାରେ 53 ହଜାର ମାମଲା - ବିଶ୍ୱରେ କୋରୋନା ସ୍ଥିତି

ଭୟଙ୍କର ରୂପ ନେଉଛି ବିଶ୍ବରେ କୋରୋନା। ମହାମାରୀର ପରିସ୍ଥିତିକୁ ନେଇ ସମସ୍ତେ ଚିନ୍ତାରେ। କୋରୋନା କାଳରେ ସମସ୍ତେ କଲବଲ ହେଉଛନ୍ତି। ସମଗ୍ର ବିଶ୍ବରେ 10,991,872 ସଂକ୍ରମିତ ରହିଥିବା ବେଳେ 524,176 ଲୋକଙ୍କ ମୃତ୍ୟୁ ହୋଇଛି।

ବିଶ୍ୱରେ କୋରୋନା ସ୍ଥିତି ଶୋଚନୀୟ, 24 ଘଣ୍ଟାରେ ଆମେରିକାରେ 53 ହଜାର ମାମଲା
ବିଶ୍ୱରେ କୋରୋନା ସ୍ଥିତି ଶୋଚନୀୟ, 24 ଘଣ୍ଟାରେ ଆମେରିକାରେ 53 ହଜାର ମାମଲା

By

Published : Jul 3, 2020, 11:30 AM IST

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ବିଶ୍ବରେ କୋରୋନା। ମହାମାରୀର ପରିସ୍ଥିତିକୁ ନେଇ ସମସ୍ତେ ଚିନ୍ତାରେ। କୋରୋନା କାଳରେ ସମସ୍ତେ କଲବଲ ହେଉଛନ୍ତି। ସମଗ୍ର ବିଶ୍ବରେ 10,991,872 ସଂକ୍ରମିତ ରହିଥିବା ବେଳେ 5,24,176 ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି 6,150,606 ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ବିଶ୍ବରେ 4,317,090 ସକ୍ରିୟ ମାମଲା ରହିଥିବା ବେଳେ 4,259,222 ଲକ୍ଷ ଗୁରୁତର ଅବସ୍ଥାରେ ଓ 57,868 ସାଙ୍ଘାତିକ ସ୍ଥିତିରେ ଅଛନ୍ତି।

ଗୁରୁବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୧ କୋଟି ୭୯ ଲକ୍ଷ ୩ ହଜାର ୪୧୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୫ ଲକ୍ଷ ୧୮ ହଜାର ୪୬ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କୋରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଏଠାରେ ୨୭ ଲକ୍ଷ ୭୮ ହଜାର ୫୦୦ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୭୮୯ ଜଣଙ୍କର ମୃତ୍ୟୁ ହୋଇଛି ।

ୱାଶିଂଟନ୍ ପୋଷ୍ଟ ରିପୋର୍ଟ କରିଛି ଯେ ଆମେରିକା 24 ଘଣ୍ଟାରେ 53,000 ରୁ ଅଧିକ ମାମଲା ରିପୋର୍ଟ କରିଛି। 10,109 ନୂତନ ମାମଲା ସହିତ, ଫ୍ଲୋରିଡା ଗୁରୁବାର ଏହାର ସର୍ବ ବୃହତ ଏକକ ଦିନିକିଆ ବୃଦ୍ଧି ରେକର୍ଡ କରିଛି ।

ଆମେରିକା ପରେ ବ୍ରାଜିଲରେ ୧୪ ଲକ୍ଷ ୫୩ ହଜାର ୩୬୯ ସଂକ୍ରମିତ, ୬୦ ହଜାର ୭୧୩ ମୃତ୍ୟୁ ରେକର୍ଡ କରିଛି। ସେହିପରି ଋଷିଆ ୬ ଲକ୍ଷ ୫୪ ହଜାର ୪୦୫ ଜଣ ସଂକ୍ରମିତ, ୯ ହଜାର ୫୩୬ ଜଣ ମୃତକ ରହିଛନ୍ତି। ଏହାପରେ ପ୍ରଭାବିତ ଦେଶ ତାଲିକାରେ ବ୍ରିଟେନ, ସ୍ପେନ, ପେରୁ, ଚିଲି, ଇଟାଲୀ, ଇରାନ, ପାକିସ୍ତାନ ଇତ୍ୟାଦି ଦେଶ ରହିଛି।

ABOUT THE AUTHOR

...view details