ଓଡିଶା

odisha

By

Published : Apr 14, 2020, 7:33 PM IST

ETV Bharat / international

କୋରୋନା ରୋଗୀଙ୍କୁ ହୋମ କ୍ବାରେଣ୍ଟାଇନ ନୁହେଁ, ଦରକାର ମାସ୍କ

ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି କୋରୋନା ସଂକ୍ରମଣ । ଏମିତିରେ କୋରୋନାର ଉତ୍ପତ୍ତିସ୍ଥଳ ଚୀନରୁ ଆସିଛି କୋରୋନା ଲଢେଇ ପାଇଁ କିଛି ଜରୁରୀ ତଥ୍ୟ ।

corona tips, corona fight, corona control in wuhan, coronavirus news, କୋରୋନା ଟିପ୍ସ, କୋରୋନା ମୁକାବିଲା, ଉହାନରେ କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ରୋଗୀଙ୍କୁ ହୋମ କ୍ବାରେଣ୍ଟାଇନ ନୁହେଁ, ଦରକାର ମାସ୍କ

ବେଜିଂ: ସାରା ବିଶ୍ବରେ ନିଜର ମୃତ୍ୟୁର ତାଣ୍ଡବ ରଚି ଚାଲିଛି କୋରୋନା ସଂକ୍ରମଣ । ଏମିତିରେ କୋରୋନାର ଉତ୍ପତ୍ତିସ୍ଥଳ ଚୀନରୁ ଆସିଛି କୋରୋନା ଲଢେଇ ପାଇଁ କିଛି ଜରୁରୀ ତଥ୍ୟ । ଚୀନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଉହାନର ଏକ ହସ୍ପିଟାଲରୁ ଜଣେ ଅଭିଜ୍ଞ ଡାକ୍ତର ଦେଇଛନ୍ତି ଏହି ବାର୍ତ୍ତା । ଯାହା ଆଗାମୀ ଦିନରେ ଅନେକ ଲୋକଙ୍କୁ କୋରୋନା କବଳରୁ ବଞ୍ଚାଇବ ବୋଲି ସେ ଆଶା କରିଛନ୍ତି ।

ଉହାନ ଲୈସେନସାନ ହସ୍ପିଟାଲର ଡାକ୍ତର ୱାଙ୍ଗ କ୍ସିଙ୍ଗହୁଆନ କହିଛନ୍ତି କି ଯେବେ ଦେଶରେ କୋରୋନା ନିଜର କାୟା ବିସ୍ତାର କରୁଥିଲା ସେହି ସମୟରେ ସାମ୍ନାରେ ତିନୋଟି ମୁଖ୍ୟ ପ୍ରଶ୍ନ ରହିଥିଲା । ପ୍ରଥମ ଏହି ଭୂତାଣୁର ସୃଷ୍ଟି କେଉଁଠୁ, ଦ୍ବିତୀୟ ଏହି ସଂକ୍ରମଣର ପ୍ରକ୍ରିୟା କ’ଣ ଓ ତୃତୀୟରେ ସମ୍ବେଦନଶୀଳ ସଂଖ୍ୟକ ନାଗରିକଙ୍କ ସୁରକ୍ଷା । ଏହି ସମସ୍ତ ପ୍ରଶ୍ନର ଉତ୍ତର ଏକ ସଙ୍ଗେ ଖୋଜିବାକୁ ଯିବା ବେଳେ ଦେଶରେ ଅନେକ ନାଗରିକ ଆଖି ବୁଜିବା ଆରମ୍ଭ କରିଦେଇଥିଲେ । ତେଣୁ ଆମେ ଗୋଟିଏ ଗୋଟିଏ କରି ଦିଗକୁ ଗୁରୁତ୍ବ ଦେବା ଆରମ୍ଭ କଲୁ ।

ଏହି ଆଧାରରେ ପ୍ରଥମେ ସଂକ୍ରମଣକୁ ରୋକିବାକୁ ଆମେ ପ୍ରାଧାନ୍ୟ ଦେଇଥିଲୁ । ପରୀକ୍ଷାମୂଳକ ଭାବେ ପ୍ରଥମେ ଦେଶର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନକୁ କ୍ବାରେଣ୍ଟାଇନ ସେଣ୍ଟରରେ ପରିଣତ କରାଗଲା । ଏହାପରେ ଯେଉଁମାନଙ୍କ ଦେହରେ କୋରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ଆରମ୍ଭ ହେଲା ସେମାନଙ୍କୁ ଘର ଛାଡି ଏହି ସେଣ୍ଟରରେ ରହିବାକୁ କୁହାଗଲା । ଏହା ପଛରେ ମଧ୍ୟ ଏକ କାରଣ ରହିଛି । କୋରୋନା ଲକ୍ଷଣ ଥିବା ଲୋକେ ନିଜ ଘରେ ରହିଲେ ଏହା ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସଂକ୍ରମିତ କରିବ । ତେଣୁ ସେମାନଙ୍କୁ ନିରାପଦ ଦୂରତା ବଜାୟ ରଖି କ୍ବାରେଣ୍ଟାଇନ ସେଣ୍ଟରରେ ରଖାଗଲା । ଏଥିସହ ଆକ୍ରାନ୍ତମାନଙ୍କୁ ମାସ୍କ ପିନ୍ଧି ରଖିବା ପାଇଁ କୁହାଯାଇଥିଲା ।

ଦେଶରେ ବଢୁଥିବା ସଂଖ୍ୟା ଓ ସଂକ୍ରମଣର ଗତିକୁ ଦେଖି ଏହା ସ୍ପଷ୍ଟ ହୋଇଥିଲା କି ମାସ୍କ ନପିନ୍ଧିବା ଦ୍ବାରା ହିଁ ଅଧିକ ସଂକ୍ରମଣ ବଢିଥିଲା । ତେଣୁ ଦ୍ରୁତ ବେଗରେ ପ୍ରଥମେ ଦେଶରେ ମାସ୍କର ଅଭାବକୁ ଦୂର କରିବା ପାଇଁ ମାସ୍କ ପ୍ରସ୍ତୁତ କରାଯାଇଥିଲା । ତେବେ ୱାଙ୍ଗ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି କି ବିନା କୌଣସି ହେଳାରେ ମାସ୍କ ପିନ୍ଧିବାକୁ ଲୋକେ ଯଦି ଗୁରୁତ୍ବ ଦେବା ଆରମ୍ଭ କରିବେ ତେବେ ଏଥିରେ ସନ୍ଦେହ ନାହିଁ କି ସଂକ୍ରମଣକୁ ରୋକା ଯାଇପାରିବ । ସେପଟେ ସେ କହିଛନ୍ତି କି ପରିସ୍ଥିତି ଯେତେ ବି ଜଟିଳ ହେଉ ନା କାହିଁକି ଭୟଭୀତ ନହୋଇ ତିନୋଟି ପ୍ରଶ୍ନ ମଧ୍ୟରୁ ଗୋଟିଏର ସମାଧାନ ପ୍ରଥମେ କରନ୍ତୁ । ପ୍ରଥମେ ଗୋଟିଏ ଦିଗରେ ପରିସ୍ଥିତିକୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ ।

ABOUT THE AUTHOR

...view details