ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ପରିସ୍ଥିତି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆହୁରି 13 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 237ରେ ପହଞ୍ଚିଛି । ସେପଟେ ଦେଶରେ ବାରମ୍ବାର ସାମାଜିକ ଦୂରତା ନିୟମ ଉଲ୍ଲଂ ଘନ ହେବାରୁ ଏବେ ଏହି ସଂକ୍ରମଣ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବା ଆରମ୍ଭ ହୋଇଛି । ଯଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା 11,155ରେ ପହଞ୍ଚିଥିବା ଜଣାପଡିଛି ।
ପାକିସ୍ତାନରେ କୋରୋନା ତାଣ୍ଡବ, ମୃତ୍ୟୁ ସଂଖ୍ୟା ଛୁଇଁଲା 237 - ପାକିସ୍ତାନରେ ଲୋକାଲ ଟ୍ରାନ୍ସମିସନ
ପାକିସ୍ତାନରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ପରିସ୍ଥିତି । ଗତ 24 ଘଣ୍ଟା ମଧ୍ୟରୋ ଦେଶରେ ଆହୁରି 13 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 237ରେ ପହଞ୍ଚିଛି ।
ଦେଶରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡା ନିୟମ ହେବା ସତ୍ତ୍ବେ ଲୋକେ ଏହାକି ଅମାନ୍ୟ କରି ମସଜିଦରେ ସାମୂହିକ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି । କେବଳ ଏହି ସାମୂହିକ ପ୍ରାର୍ଥନା ପାଇଁ ହିଁ ସରକାର ଏହି ନିୟମକୁ କୋହଳ କରିବାକୁ ସାଧାରଣ ଜନତା ଅପିଲ ମଧ୍ୟ କରିଥିଲେ । ହେଲେ ସାଧାରଣ ସତର୍କତା ଅବଲମ୍ବନ ନକରିବାରୁ ଏବେ ପାକିସ୍ତାନକୁ ଭୋଗିବାକୁ ପଡୁଛି ଭୟାବହ ପରିଣାମ । ଧିରେ ଧିରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ସେପଟେ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦେଶର ଡାକ୍ତର ସମୂହ । ଦେଶର ସ୍ବାସ୍ଥ୍ୟ ସେବା ସେତେ ସ୍ବଚ୍ଛଳ ନଥିବା ବେଳେ ବଢୁଥିବା ଆକ୍ରାନ୍ତ ସଂଖ୍ୟା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେପଟେ ଦେଶରେ କୋରୋନା ସ୍ଥିତି ନେଇ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର (ଏନସିଓସି) ଦ୍ବାରା ପ୍ରକାଶ ରିପୋର୍ଟ ମୁତାବକ ଦେଶରେ ପ୍ରାୟ 79 ପ୍ରତିଶତ ସଂକ୍ରମଣ ‘ଲୋକାଲ ଟ୍ରାନ୍ସମିସନ’ ବା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଛି । ଏହାର ନିରାକରଣ ପାଇଁ ଆଗାମୀ କିଛି ଦିନରେ ଟ୍ରାକ ଓ ଟ୍ରେସ ସିଷ୍ଟମ ଲଞ୍ଚ କରି ଲୋକଙ୍କର ଇତସ୍ତତଃ ଟେଷ୍ଟିଂ ଆରମ୍ଭ ହେବ ବୋଲି ଇମରାନ ସରକାର ସୂଚନା ଦେଇଛନ୍ତି ।