କାଠମାଣ୍ଡୁ: କୋରୋନା ପ୍ରଭାବରେ ନେପାଳରେ ଲାଗୁ ହୋଇଥିବା ଲକଡାଉନ ପାଇଁ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ କ୍ଷତି ସହିବାକୁ ପଡିଛି । ଧିରେ ଧିରେ ଦେଶରେ ଲକଡାଉନ କଟକଣା କୋହଳ ହେବା ସହ ପର୍ଯ୍ୟଟନ ବ୍ୟବସାୟ ପୁଣି ସ୍ବାଭାବିକ ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ହେଲେ ଇତିମଧ୍ୟରେ ପର୍ଯ୍ୟଟନ ବିଭାଗକୁ 330 ମିଲିୟନ ଡଲାରର କ୍ଷତି ସହିବାକୁ ପଡିଥିବା ଜଣା ପଡିଛି । ଏନେଇ ସାଂସ୍କୃତିକ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛନ୍ତି ।
ଏହି ଆକଳନ ଆଗକୁ ଆହୁରି ବଢି ଜୁଲାଇ 21 ସୁଦ୍ଧା 332 ମିଲିୟନ ଡଲାର ଛୁଇଁବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି କ୍ରମରେ ପ୍ରତିମାସ ହାରହାରି 83 ମିଲିୟନ ଡଲାରର କ୍ଷତି ହୋଇଥିବା ପ୍ରତ୍ୟେକ ବିଭାଗ ଆକଳନ କରିଛନ୍ତି । କେବଳ ପର୍ଯ୍ୟଟନ ନୁହେଁ ଲକଡାଉନ ପ୍ରଭାବରେ ଆତିଥ୍ୟ ବିଭାଗ ଅଧିନସ୍ଥ ଟ୍ରାଭେଲ, ହୋଟେଲ ଓ ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ବିପୁଳ କ୍ଷତି ସହିବାକୁ ପଡିଛି ।