ଓଡିଶା

odisha

ETV Bharat / international

2020 ପ୍ରଥମାର୍ଦ୍ଧରେ କମିଛି ଆଫଗାନୀ ନାଗରିକଙ୍କ ମୃତ୍ୟୁ ହାର: ୟୁଏନ - ଆଫଗାନିସ୍ତାନରେ ମୃତ୍ୟୁ ନେଇ ୟୁଏନ ରିପୋର୍ଟ

ନାଗରିକଙ୍କ ପାଇଁ ବିଶ୍ବରେ ସବୁଠାରୁ ଭୟଙ୍କର ସ୍ଥାନ ଭାବେ ଆଫଗାନିସ୍ତାନର ନାମ ସର୍ବାଗ୍ରେ ଆସେ । ଏଠାରେ ଲାଗି ରହିଥିବା ୟୁଦ୍ଧ ପରିସ୍ଥିତି ପାଇଁ ପ୍ରତିବର୍ଷ ହଜାର ହଜାର ନାଗରିକ ବିନା ଦୋଷରେ ଆଖି ବୁଜନ୍ତି । ତେବେ ଚଳିତବର୍ଷ ଏହି ମୃତ୍ୟୁହାରକୁ ନଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଜାତିସଂଘର ସ୍ବତନ୍ତ୍ର ମିଶନ ।

terror attack in afghanistan, civillian death toll in afghanistan, un report on civillian death toll in afghanistan, ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ, ଆଫଗାନ ନାଗରିକ ମୃତ୍ୟୁ ହାର, ଆଫଗାନିସ୍ତାନରେ ମୃତ୍ୟୁ ନେଇ ୟୁଏନ ରିପୋର୍ଟ, ନାଗରିକଙ୍କ ପାଇଁ ଅସୁରକ୍ଷିତ ଆଫଗାନିସ୍ତାନ
2020 ପ୍ରଥମାର୍ଦ୍ଧରେ କମିଛି ଆଫଗାନୀ ନାଗରିକଙ୍କ ମୃତ୍ୟୁ ହାର: ୟୁଏନ

By

Published : Jul 28, 2020, 6:45 AM IST

କାବୁଲ: ନାଗରିକଙ୍କ ପାଇଁ ବିଶ୍ବରେ ସବୁଠାରୁ ଭୟଙ୍କର ସ୍ଥାନ ଭାବେ ଆଫଗାନିସ୍ତାନର ନାମ ସର୍ବାଗ୍ରେ ଆସେ । ଏଠାରେ ଲାଗି ରହିଥିବା ୟୁଦ୍ଧ ପରିସ୍ଥିତି ପାଇଁ ପ୍ରତିବର୍ଷ ହଜାର ହଜାର ନାଗରିକ ବିନା ଦୋଷରେ ଆଖି ବୁଜନ୍ତି । ତେବେ ଚଳିତବର୍ଷ ଏହି ମୃତ୍ୟୁହାରକୁ ନଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଜାତିସଂଘର ସ୍ବତନ୍ତ୍ର ମିଶନ । ଯେଉଁଥିରେ ଜଣା ପଡିଛି କି ଗତବର୍ଷ ତୁଳନାରେ ଚଳିତବର୍ଷ ଦେଶରେ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି ।

ଏନେଇ ଆଫଗାନିସ୍ତାନରେ କାର୍ଯ୍ୟରତ ୟୁଏନ ଆସିଷ୍ଟାନ୍ସ ମିଶନ(ୟୁଏନଏଏମଏ) ସୂଚନା ଦେଇ କହିଛି କି ଗତ ବର୍ଷ ତୁଳନାରେ ଚଳିତବର୍ଷ ପ୍ରଥମାର୍ଦ୍ଧରେ ଆଫଗାନିସ୍ତାନରେ ନାଗରିକଙ୍କ ମୃତ୍ୟୁ ସଂଖ୍ୟା 13 ପ୍ରତିଶତ ହ୍ରାସ ପାଇଛି । ଏହା ପଛରେ ମୁଖ୍ୟ କାରଣ ହେଉଛି ଆମେରିକା ଦ୍ବାରା ପରିଚାଳିତ ଫୋର୍ସ ନାଟୋର ଅପେକ୍ଷାକୃତ କମ୍‌ ସକ୍ରିୟ ସ୍ଥିତି ଓ ଇସଲାମିକ ଷ୍ଟେଟ୍ସ ବା ଆଇଏସ ଦ୍ବାରା ଆକ୍ରମଣର ମାତ୍ରା ହ୍ରାସ । ହେଲେ ଅନ୍ୟପଟେ ତାଲିବାନ ଓ ଆଫଗାନ ଜାତୀୟ ସୁରକ୍ଷା ଫୋର୍ସ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ଜଣା ପଡିଛି ।

ଏହି ମାମଲାରେ ୟୁଏନର ସ୍ବତନ୍ତ୍ର ଦୂତ ତଥା ୟୁଏନ ମିଶନର ମୁଖ୍ୟ ଦେବୋରାହ ଲିଏନ୍ସ ପ୍ରକାଶ କରିଛନ୍ତି କି ତାଲିବାନ ଓ ଆଫଗାନିସ୍ତାନ ଶାନ୍ତି ସ୍ଥିତି ସୃଷ୍ଟି ପାଇଁ ଏକାଠି ହୋଇ ଆଲୋଚନା କରୁଛନ୍ତି ସତ । ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏବେ ବି ଉଭୟ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ଜାରି ରହିଥିବା ଏହାର ପ୍ରଭାବରେ ପ୍ରତ୍ୟେକ ଦିନ ଆଖି ବୁଜୁଛନ୍ତି ସାଧାରଣ ନାଗରିକ । ତେଣୁ ପ୍ରଚଳିତ ହିଂସାରେ ଲଗାମ ଲଗାଇ ଉଭୟ ଦେଶ ଏହାର ଆଫଗାନ ନାଗରିକଙ୍କ ଉପରେ ପଡୁଥିବା ପ୍ରଭାବକୁ ନିରିଖେଇ ଦେଖିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ 1282 ଜଣ ନାଗରିକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 2176 ଜଣ ନାଗରିକ ଆହତ ହୋଇଥଛନ୍ତି । ଏହା ପଛରେ ଅଜାଣତ ଗୁଳି ବର୍ଷଣ ବା ମୁଖ୍ୟତଃ ଜନବସତି ଅଞ୍ଚଳରେ ବୋମା ମାଡ ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ମାରାତ୍ମକ ବିସ୍ଫୋରକ ବା ଆତ୍ମଘାତୀ ବିସ୍ଫୋରକ ମଧ୍ୟ ଏହା ପଛରେ ଅନ୍ୟ ଏକ ବଡ କାରଣ ବୋଲି ଦର୍ଶାଯାଇଛି ।

@IANS

ABOUT THE AUTHOR

...view details