ଓଡିଶା

odisha

ETV Bharat / international

ନାଗର୍ଣ୍ଣୋ-କରାବାକ୍ ବିବାଦରେ ସାଧାରଣ ନାଗରିକଙ୍କ ମୃତ୍ୟୁସଂଖ୍ୟା 31କୁ ବୃଦ୍ଧି - ଆର୍ମେନିଆ ଏବଂ ଆଜେରବାଇଜାନ ଆଞ୍ଚଳିକ ବିବାଦ

ଥମୁନି ବିଶ୍ବର ସର୍ବ ପୁରାତନ ଦ୍ବନ୍ଦ ମଧ୍ୟରୁ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଆଞ୍ଚଳିକ ବିବାଦ। ଗତ ମାସରେ ବିବାଦୀୟ ଅଞ୍ଚଳରେ ଶତ୍ରୁତା ଆରମ୍ଭ ହେବା ପରେ ଅତି କମରେ 31 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ନାଗର୍ଣ୍ଣୋ-କରାବାକ୍ ବିବାଦରେ ସାଧାରଣ ନାଗରିକଙ୍କ ମୃତ୍ୟୁସଂଖ୍ୟା 31କୁ ବୃଦ୍ଧି
ନାଗର୍ଣ୍ଣୋ-କରାବାକ୍ ବିବାଦରେ ସାଧାରଣ ନାଗରିକଙ୍କ ମୃତ୍ୟୁସଂଖ୍ୟା 31କୁ ବୃଦ୍ଧି

By

Published : Oct 13, 2020, 10:56 AM IST

ଆର୍ମେନିଆ: ଥମୁନି ବିଶ୍ବର ସର୍ବ ପୁରାତନ ଦ୍ବନ୍ଦ ମଧ୍ୟରୁ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଆଞ୍ଚଳିକ ବିବାଦ। ଗତ ମାସରେ ବିବାଦୀୟ ଅଞ୍ଚଳରେ ଶତ୍ରୁତା ଆରମ୍ଭ ହେବା ପରେ ଅତି କମରେ 31 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏନେଇ ଆତ୍ମଘୋଷିତ ଗଣତନ୍ତ୍ରର ନାଗର୍ଣ୍ଣୋ-କରାବାକର ମାନବିକ ଅଧିକାର ଓମ୍ବଡସମାନ ଆର୍ଟକ କହିଛନ୍ତି। ରବିବାର ଏହି ଦ୍ବନ୍ଦ ଅଞ୍ଚଳରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା 25 ରେ ପହଞ୍ଚିଥିଲା।

"ଗତ କିଛିଦିନରେ ହସ୍ପିଟାଲରେ 3 ଆହତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ଆଜି ଆମ କର୍ମଚାରୀଙ୍କୁ ଆଜେରବାଇଜାନ ଦ୍ବାରା ହତ୍ୟା କରାଯାଇଥିବା 3 ଟି ଅଣସଂରକ୍ଷିତ ସାଧାରଣ ନାଗରିକଙ୍କ ବିଷୟରେ ସୂଚନା ଦିଆଯାଇଛି। ତେଣୁ କରାବାକର ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ଅତି କମରେ 31 ରେ ପହଞ୍ଚିଛି। ପରବର୍ତ୍ତୀ ସମୟରେ ଏହା ବିଷୟରେ ଅଧିକ ତଥ୍ୟ ଦିଆଯିବ ବୋଲି ବେଗଲାରିଆନ୍ ଟ୍ବିଟରରେ ଲେଖିଛନ୍ତି।

ସେପ୍ଟେମ୍ବର 27 ରେ ଆଜେରବାଇଜାନ ଏବଂ ଆର୍ମେନିଆ ମଧ୍ୟରେ ବିବାଦୀୟ ଆର୍ମେନିଆ-ପ୍ରାଧାନ୍ୟ ଅଞ୍ଚଳ ଉପରେ ମୁହାଁମୁହିଁ ଚରମ ପରିସ୍ଥିତି ସୃଷ୍ଟି କରିଛି। ମସ୍କୋରେ 10 ଘଣ୍ଟିଆ ଆଲୋଚନା ପରେ ଆର୍ମେନିଆ ଏବଂ ଆଜେରବାଇଜାନ ଶନିବାର ମଧ୍ୟାହ୍ନରୁ ନାଗର୍ଣ୍ଣୋ-କରାବାକରେ ଶତ୍ରୁତା ବନ୍ଦ କରିବାକୁ ରାଜି ହୋଇଥିଲେ। ସପ୍ତାହକ ମଧ୍ୟରେ ଉଭୟ ପକ୍ଷ ପରସ୍ପରକୁ ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି।

ABOUT THE AUTHOR

...view details