ଓଡିଶା

odisha

ଭାରତ-ଚୀନ ସେନା ମୁହାଁମୁହିଁ ଘଟଣା: ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଲେ ଚୀନ ଉପବୈଦେଶିକ ମନ୍ତ୍ରୀ

By

Published : Jun 17, 2020, 9:32 AM IST

ଗାଲୱାନ ଉପତ୍ୟକାର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ନିକଟରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାପରେ ଚୀନର ଉପବୈଦେଶିକ ମନ୍ତ୍ରୀ ଲୁଓ ଜାହୋହୁଇ ଓ ବେଜିଂରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରିଙ୍କ ଆଲୋଚନା କରିଛନ୍ତି । ଏନେଇ ମଙ୍ଗଳବାର ବୈଦେଶିକ ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

ଭାରତ-ଚୀନ ସେନା ମୁହାଁମୁହିଁ ଘଟଣା: ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଲେ ଚୀନ ଉପବୈଦେଶିକ ମନ୍ତ୍ରୀ
ଭାରତ-ଚୀନ ସେନା ମୁହାଁମୁହିଁ ଘଟଣା: ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଲେ ଚୀନ ଉପବୈଦେଶିକ ମନ୍ତ୍ରୀ

ବେଜିଂ: ଗାଲୱାନ ଉପତ୍ୟକାର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାପରେ ଚୀନର ଉପବୈଦେଶିକ ମନ୍ତ୍ରୀ ଲୁଓ ଜାହୋହୁଇ ବେଜିଂରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରିଙ୍କ ଆଲୋଚନା କରିଛନ୍ତି । ଏନେଇ ମଙ୍ଗଳବାର ବୈଦେଶିକ ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଏହି ହିଂସାତ୍ମକ ମୁହାଁମୁହିଁରେ ଉଭୟ ପକ୍ଷରୁ ଆହତ ହୋଇଛନ୍ତି । ଗାଲୱାନ ଉପତ୍ୟକାର ଏଲଏସିକୁ ଧ୍ୟାନଦେଇ ଚୀନ ପକ୍ଷ ସହମତି ଭିତ୍ତିରେ ପଛକୁ ହଟିଛନ୍ତି । ’

ଶ୍ରୀବାସ୍ତବ ପୁଣି କହିଛନ୍ତି, ‘ସୀମା ପରିଚାଳନା ଉପରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଭାରତ ନିଜର ସମସ୍ତ କାର୍ଯ୍ୟକଳାପ ଏଲଏସିର ଭାରତୀୟ ସୀମା ପରିସରରେ ହିଁ କରୁଛି ।’ ଚୀନ ପକ୍ଷରୁ ମଧ୍ୟ ସେ ସମାନ ଆଶା କରୁଥିବା କହିଛନ୍ତି । ସୀମା ଅଞ୍ଚଳରେ ଶାନ୍ତିରକ୍ଷା ତଥା କଥାବାର୍ତ୍ତା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭାରତ ବିଶ୍ବାସ ରଖିଛି ବୋଲି ମୁଖପାତ୍ର କହିଛନ୍ତି । ଏହା ସହିତ ଭାରତର ସାର୍ବଭୌମତ୍ବ ତଥା ଅଖଣ୍ଡତା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ବୈଠକ ପୂର୍ବରୁ ଭାରତ ପକ୍ଷରୁ କୁହାଯାଇଥିଲା, ‘ଗାଲୱାନ ଉପତ୍ୟକାରେ ଡି-ଏସ୍କାଲେସନ ସମୟରେ ଚୀନସେନା ଏଲଏସି ସ୍ଥିତିକୁ ଏକପାଖିଆ ପରିବର୍ତ୍ତନ କରିବାକୁ ଉଦ୍ୟମ କରିବାରୁ ଜୁନ 15 ରାତିରେ ଉଭୟ ସେନା ମୁହାଁମୁହିଁ ହୋଇଛନ୍ତି।’ ଯଦି ଚୁକ୍ତିନାମା ପାଳନ କରି ଚୀନ ପକ୍ଷରୁ ଉଚ୍ଚସ୍ତରରେ ଆଲୋଚନା କରାଯାଇଥାନ୍ତା ତେବେ ଏହାକୁ ଏଡାଇ ଦିଆଯାଇପାରିଥାନ୍ତା ବୋଲି ଭାରତ କହିଥିଲା ।

ସୂଚନାଯୋଗ୍ୟ, ଜୁନ 15 ରାତିରେ ଲଦାଖର ଗାଲୱାନ ଉପତ୍ୟକାର ଏଲଏସି ନିକଟରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ପକ୍ଷରୁ 20 ଜଣ ସୈନିକ ସହିଦ ହୋଇଥିବା ଜଣାପଡିଛି । ସେହିପରି ଚୀନ ପକ୍ଷରୁ ମଧ୍ୟ 40ରୁ ଅଧିକ ସୈନିକ ମୃତାହତ ହୋଇଥିବା କୁହାଯାଉଛି । ଲଦାଖରେ ଡି-ଏସ୍କାଲେସନ ସମୟରେ ଚୀନ ସୈନ୍ୟ ଏଲଏସିର ସ୍ଥିତିକୁ ଏକ ପାଖିଆ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ, ଏହାକୁ ଭାରତ ବିରୋଧ କରିବାରୁ ଇଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏତିରେ 16 ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ 20 ଜଣ ସୈନିକ ସହିଦ ହୋଇଛନ୍ତି । ଯାହାକୁ ନେଇ ଭାରତ ତତ୍ପରତା ପ୍ରକାଶ କରି ତିନିସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।

@ANI

ABOUT THE AUTHOR

...view details