ଓଡିଶା

odisha

ETV Bharat / international

17 ବର୍ଷ ପରେ ଯୁବକଙ୍କ ମସ୍ତିଷ୍କରୁ ବାହାରିଲା 5 ଇଞ୍ଚର ପୋକ - chinese man had five inch tapeworm in his brain for 17 years

23 ବର୍ଷର ଜଣେ ଯୁବକଙ୍କ ମସ୍ତିଷ୍କରୁ ବାହାରିଛି 5 ଇଞ୍ଚର ପୋକ । ଅସ୍ତ୍ରୋପଚାର ପରେ ଜଣାପଡିଛି ଯେ ଏହା ମସ୍ତିଷ୍କରେ 17 ବର୍ଷ ଧରି ରହିଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚୀନରେ ।

17 ବର୍ଷ ପରେ ଯୁବକଙ୍କ ମସ୍ତିଷ୍କରୁ ବାହାରିଲା 5 ଇଞ୍ଚର ପୋକ
17 ବର୍ଷ ପରେ ଯୁବକଙ୍କ ମସ୍ତିଷ୍କରୁ ବାହାରିଲା 5 ଇଞ୍ଚର ପୋକ

By

Published : Aug 29, 2020, 6:44 PM IST

ବେଜିଂ: 23 ବର୍ଷର ଜଣେ ଯୁବକଙ୍କ ମସ୍ତିଷ୍କରୁ ବାହାରିଛି 5 ଇଞ୍ଚର ପୋକ । ଅସ୍ତ୍ରୋପଚାର ପରେ ଜଣାପଡିଛି ଯେ ଏହା ମସ୍ତିଷ୍କରେ 17 ବର୍ଷ ଧରି ରହିଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚୀନରେ ।

ସେହି ଯୁବକ ଜଣଙ୍କ ନାମ ହେଉଛି ଚେନ । ସେ ମାତ୍ର 6 ବର୍ଷ ବୟସରୁ ତାଙ୍କ ହାତ ଓ ଗୋଡରେ ସେନସେସନ ହେଉଥିଲା । ଏହାପରେ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଏହାପରେ ସେ ମାଂସ, ବେଙ୍ଗ କିମ୍ବା କୌଣସି କଞ୍ଚାମାଂସ ଖାଇଥିବା ହେତୁ ଏପରି ହୋଇଥିବା କହିଥିଲେ ଡାକ୍ତର । ତେବେ ଗତ ମଙ୍ଗଳବାର ସେ ଚାଇନାର ଜିଆଙ୍ଗସୁ ପ୍ରଦେଶର ଏକ ଡାକ୍ତରଖାନାରେ ଅସ୍ତ୍ରୋପଚାର କରି ତାଙ୍କ ମସ୍ତିଷ୍କରୁ ଟ୍ୟାପୱର୍ମ ବାହାର କରିଥିବା ଜଣାପଡିଛି ।

ପିଲାଦିନରେ ହାତ ଏବଂ ପାଦ ସମସ୍ୟା ଭୋଗିବା ପରେ ଚେନ୍ ଅନୁଭବ କରିଥିଲେ ଯେ ତାଙ୍କର ପିତାମାତାଙ୍କ ପରି ଜେନେଟିକ୍ ସମସ୍ୟା ଅଛି । କିନ୍ତୁ ସିଟି ସ୍କାନ୍ ପରେ ଡାକ୍ତରମାନେ ତାଙ୍କ ମସ୍ତିଷ୍କରେ ଏକ ପୋକ ପାଇଥିଲେ। ଏହି ରୋଗର ନାମ ସ୍ପାରଗାନୋସି ମାନସୋନି, ଯାହା ଏକ ବିରଳ ପରଜୀବୀ ରୋଗ ବୋଲି କୁହାଯାଏ ।

ସଂକ୍ରମିତ ପାଣି ପିଇ କମ୍ ରନ୍ଧା ମାଂସ ଖାଇବା ଦ୍ୱାରା ଏହା ହୋଇଥାଇପାରେ ବୋଲି ଡାକ୍ତରମାନେ କହିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ଏହି ପୋକ ମସ୍ତିଷ୍କରେ ପ୍ରବେଶ କରି ଏହାର କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ଅସ୍ତ୍ରୋପଚାର ପରେ ଚେନ୍‌ଙ୍କ ଅବସ୍ଥା ଏବେ ସୁଧୁରୁଛି ।

ତେବେ ଚାଇନା ଗଣମାଧ୍ୟମ ଅନୁଯାୟୀ, ଦେଶରେ ଏହା ପ୍ରଥମ ଥର ଦେଖାଦେଇଛି ଯେ କୌଣସି ବ୍ୟକ୍ତି 6 ବର୍ଷ ଧରି ଲକ୍ଷଣ ଜଣାପଡିଥିଲେ ମଧ୍ୟ 17 ବର୍ଷ ଧରି ପୋକ ସହ ବଞ୍ଚିଛନ୍ତି । ଏହାପୂର୍ବରୁ ଏପ୍ରିଲରେ 23 ବର୍ଷ ବୟସ୍କା ମହିଳାଙ୍କ ମସ୍ତିଷ୍କରୁ 6 ଇଞ୍ଚର ପୋକ ବାହାର କରାଯାଇଥିଲା।

For All Latest Updates

TAGGED:

ABOUT THE AUTHOR

...view details