ଓଡିଶା

odisha

ETV Bharat / international

ସମ୍ବାଦିକଙ୍କ ବିସ୍ବସ୍ଥତା ପରଖିବ ପରୀକ୍ଷା - ଚୀନ ସାମ୍ବାଦିକ

ଏଣିକି ଚୀନ ସାମ୍ବାଦିକ ଦେବେ ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ପ୍ରତି ବିଶ୍ବସ୍ଥତାର ପରୀକ୍ଷା । ଗୋଟିଏ ମାସ ମଧ୍ୟ ବେଜିଙ୍ଗରେ ଥିବା ଅନେକ ଗୁଡିଏ ସମାଚାର ସଂସ୍ଥାନ ଗୁଡିକୁ ନୋଟିସ ଦେଇ ଏହି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଡିଡାଇନ ଫଟୋ

By

Published : Sep 22, 2019, 4:14 AM IST

ବେଜିଙ୍ଗ: ଚୀନ ସାମ୍ବାଦିକଙ୍କୁ ଖୁବ ଶୀଘ୍ର ଦେବାକୁ ହେବ ନିଜ ବିଶ୍ବସ୍ଥତାର ପରୀକ୍ଷା । ଚୀନ ରାଷ୍ଟ୍ରପତି ଜି ଜିଙ୍ଗପିଙ୍ଗ ଚିନ୍ତାଧାରା ଓ ସାମାଜିକ ଓ ଅର୍ଥନୈତିକ ନୀତି ବିଷୟରେ ପରୀକ୍ଷା ଦେବେ ସାମ୍ବାଦିକ ।

ଗତ ଗୋଟିଏ ମାସ ମଧ୍ୟ ବେଜିଙ୍ଗରେ ଥିବା ଅନେକ ଗୁଡିଏ ସମାଚାର ସଂସ୍ଥାନ ଗୁଡିକୁ ନୋଟିସ ଦେଇ ଏହି ସୂଚନା ଦିଆଯାଇଛି । ଏହି ନୋଟିସ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ ଲଞ୍ଚ ହୋଇଥିବା ‘ଜି ଷ୍ଟଡି’ ପ୍ରଚାର ଆପରେ ସମସ୍ତ ସାମ୍ବାଦିକଙ୍କ ପରୀକ୍ଷା ନିଆଯିବ । ଯାହା ଦ୍ବାରା ସେମାନଙ୍କ ପ୍ରେସ କ୍ରେଡେସିଆଲକୁ ରିନିଉ କରାଯିବ । ଅଧିକାଂଶଙ୍କ ବିଶ୍ବାସ ଯେ ଏହି ନିୟମ ଖୁବ ଶୀଘ୍ର ସାରା ଦେଶର ସାମ୍ବାଦିକଙ୍କ ଉପରେ ଲାଗୁ ହେବ । ତିନି ଗଣମାଧ୍ୟମ ସଂସ୍ଥାନ, ଯେଉଁଥିରୁ ଦୁଇଟି ବେଜିଙ୍ଗ ବାହାରେ ଅଛି ସେମାନଙ୍କୁ ମଧ୍ୟ ଏହି ନୋଟିସ ଜାରି କରାଯାଇଛି ।

ଅକ୍ଟୋବର ପହିଲାରୁ ସାମ୍ବାଦିକଙ୍କ ଏହି ପରୀକ୍ଷା ଆରମ୍ଭ ହେବ । ଅନଲାଇନରେ ହେବାକୁ ଥିବା ଏହି ପରୀକ୍ଷାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି । ଯେଉଁଥିରେ ନୂତନ ଯୁଗରେ ସମାଜବାଦ ଉପରେ ଜିଙ୍ଗପିଙ୍ଗ ତଥ୍ୟ ଉପରେ ଦୁଇଟି ଓ ଜିଙ୍କ ପ୍ରୋପାଗାଣ୍ଡା ଉପରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ ଅନ୍ୟ ତିନୋଟି ଭାଗରେ ପରୀକ୍ଷା ହେବ ।

2016ରେ ମଧ୍ୟ ଜିଙ୍ଗପିଙ୍ଗ ସାମ୍ବାଦିକଙ୍କ ବିଶ୍ବସ୍ଥତା ଦାବି କରିଥିଲେ । ତେବେ ବର୍ତ୍ତମାନ ଜିଙ୍କ ସେହି ଦାବି ପୂରଣ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details