ସାଂଙ୍ଘାଇ: ଅଭିବ୍ୟକ୍ତିର ସ୍ବାଧୀନତା ରୋକିବା ପାଇଁ ଚୀନ୍ର ଆଉ ଏକ ପଦକ୍ଷେପ । କୋଭିଡ 19 ଭାଇରସ ଚାଇନାର ଉହାନ ସହରରୁ ବ୍ୟାପିବା ନେଇ ପ୍ରଥମେ ଖବର ପ୍ରସାରଣ କରିଥିବା ସାମ୍ବାଦିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 5 ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଚୀନ ସରକାର । ପୂର୍ବରୁ ମଧ୍ୟ ତାଙ୍କୁ କରୋନା ଭାଇରସ ଉପରେ ରିପୋର୍ଟିଂ କରିଥିବା କାରଣରୁ ଗିରଫ କରିଥିଲେ ଚୀନ ସରକାର ।
ସାମ୍ବାଦିକ ଜଣଙ୍କ ଚୀନର ଉହ୍ବାନ ସହରରୁ ପ୍ରଥମେ କରୋନା ଭାଇରସ ବ୍ୟାପିଥିବା ନେଇ ଖବର ପ୍ରସାରଣ କରିଥିଲେ । ଫଳରେ ତାଙ୍କୁ ଗତ ମେ ମାସରେ ଗିରଫ କରିଥିଲେ ଚୀନ ସରକାର । ତାଙ୍କୁ ମିଛ ଖବର ପ୍ରଶାରଣ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲା ଚୀନ ସରକାର ।