ୱାସିଂଟନ: ନିର୍ବାସିତ ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଚୀନ-ଆମେରିକା। ଦଲାଇଲମାଙ୍କ ଉତ୍ତରାଧିକାରୀ ଚୟନ କରିବାର କୌଣସି ଅଧିକାର ଚୀନ ପାଖରେ ନାହିଁ ବୋଲି ମିଳିତ ଜାତିସଂଘରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସାମ୍ ବ୍ରାଉନବ୍ୟାକ ରୋକଠୋକ ଜଣାଇଛନ୍ତି।
ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ ଦୂରେଇ ରହୁ ଚୀନ: ଆମେରିକୀୟ ରାଷ୍ଟ୍ରଦୂତ - tibetan buddhists
ନିର୍ବାସିତ ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣିଥରେ ଚୀନକୁ ଚରମବାଣୀ ଶୁଣାଇ ଦେଇଛି ଆମେରିକା। ଉତ୍ତରାଧିକାରୀ ଚୟନ କରିବା ନେଇ ଚୀନର କୌଣସି ଅଧିକାର ନାହିଁ ବୋଲି ଆମେରିକା ରୋକଠୋକ ଜଣାଇ ଦେଇଛି।
ମିଳିତ ଜାତିସଂଘରେ ନିଜର ପ୍ରତିକ୍ରିୟା ରଖିବା ଅବସରରେ ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ, ଦଲାଇଲାମାଙ୍କ ଉତ୍ତରାଧିକାରୀ ନିର୍ଦ୍ଧାରଣ କରିବାର ଅଧିକାର ଚୀନ ସରକାରଙ୍କ ପାଖରେ ନାହିଁ। ଏହାର ନିର୍ଦ୍ଧାରଣ କେବଳ ତିବ୍ଦତୀୟ ବୌଦ୍ଧଙ୍କ ଦ୍ବାରା କରାଯିବା ଉଚିତ। ଏ ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଏପରିକି ଏ ମାମଲାରେ ଅନ୍ୟ ଦେଶର ସରକାର ମଧ୍ୟ ଆଲୋଚନା କରିବା ଉଚିତ। ଖାସ କରି ୟୁରୋପୀୟାନ ଦେଶରେ କ୍ଷମତାସୀନ ଥିବା ସରକାର।
ବର୍ତ୍ତମାନର ଦଲାଇଲମାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ରହିଛି। ବର୍ତ୍ତମାନ ତାଙ୍କୁ ୮୪ ବର୍ଷ ହେଲାଣି। ଲଗାତାର ଯାତ୍ରା କରିବା ଦ୍ବାରା ତାଙ୍କର ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ଅତିଶୀଘ୍ର ତାଙ୍କର ଉତ୍ତରାଧିକାରୀ ଚୟନ କରିବାକୁ ଯୋଜନା ଚାଲିଛି। ହେଲେ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିବା ପାଇଁ ଆମେରିକା ଚୀନ ଉଦ୍ଦେଶ୍ୟରେ ଚେତାବନୀ ଦେଇଛି।