ଓଡିଶା

odisha

ETV Bharat / international

କୋରୋନା ମୃତକଙ୍କ ପାଇଁ ଚୀନରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ - CORONA IN CHINA

କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କୁ ସ୍ମରଣ କରିବା ପାଇଁ ଚୀନ ଶୁକ୍ରବାରରୁ ଶନିବାର ଦୁଇଦିନ ପାଇଁ ଜାତୀୟ ଶୋକ ପାଳନ କରିବ । ଏନେଇ ଚାଇନା ରାଜ୍ୟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

chinese authorities declare national mourning on saturday to commemorate those who died of covid-19
କୋରୋନା ମୃତକଙ୍କ ପାଇଁ ଚୀନରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ

By

Published : Apr 3, 2020, 12:08 PM IST

ବେଜିଂ: COVID-19(କୋରୋନା)ରେ ପ୍ରାଣ ହରାଇଥିବା ଲୋକଙ୍କୁ ସ୍ମରଣ କରିବା ପାଇଁ ଚୀନ ଶୁକ୍ରବାରରୁ ଶନିବାର ଦୁଇଦିନ ପାଇଁ ଜାତୀୟ ଶୋକ ପାଳନ କରିବ । ଏନେଇ ଚାଇନା ରାଜ୍ୟ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ପରିଷଦ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ‘କୋରୋନା ଭାଇରସ ମହାମାରୀ ସହ ଲଢି ବହୁଦେଶୀୟ ଲୋକମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ପାଇଁ ଆମେ ଏପ୍ରିଲ 4 ଓ 5 ତାରିଖ 2 ଦିନ ପାଇଁ ଜାତୀୟ ଶୋକ ପାଳନ କରିବୁ ।’

ଆଜି (ଶୁକ୍ରବାର) ଦିନ ଚୀନକୁ ବିଦେଶରୁ 29ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଆସିଥିବା ବେଳେ ଦେଶ ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ଦୁଇଟି ଆଭ୍ୟନ୍ତରୀଣ ମାମଲା ପଞ୍ଜିକୃତ ହୋଇଛି । ଏହା ସହ 4 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଚାଇନାରେ ବିଦେଶୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 870 ରେ ପହଞ୍ଚିଛି ।

ଦେଶରେ ନିମୋନିଆ ଜନିତ ଏକ ନୂତନ ପ୍ରକାରର କୋରୋନା ଭାଇରସ ଦ୍ବାରା 81ହଜାର 6ଶହ 20 ଜଣ ଲୋକ ପୀଡିତ ଥିବା ଜାତୀୟ ସ୍ବାସ୍ଥ୍ୟ ଆୟୋଗ ସୂଚନା ପ୍ରଦାନ କରିଛି । ଏହି ଭାଇରସ ଦେଶର 31ଟି ପ୍ରଦେଶରେ ବ୍ୟାପିଥିବା କୁହାଯାଉଛି । ସେହିପରି ଏହି ରୋଗରେ ବର୍ତ୍ତମାନ 1,727 ଜଣ ଅସୁସ୍ଥ ଅଛନ୍ତି । 379 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ 3,322 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୋଟ 76,571ଜଣ ବ୍ୟକ୍ତି ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ବୋଲି ଆୟୋଗ ପକ୍ଷରୁ ପ୍ରକାଶ କରାଯାଇଛି ।

ତେବେ ମହାମାରୀର କେନ୍ଦ୍ରସ୍ଥଳ ହୁବେଇ ପ୍ରଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସର କୌଣସି ନୂତନ ମାମଲା ପଞ୍ଜୀକୃତ ହୋଇନାହିଁ | ମାର୍ଚ୍ଚ 11 ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ COVID-19କୁ ମହାମାରୀ ଘୋଷଣା କରିଥିଲା । ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଅନୁସାରେ ଶୁକ୍ରବାର ସୁଦ୍ଧା କୋରୋନା ଭାଇରସ ଦ୍ବାରା 1ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 50ହଜାର ରହିଛି ।

@ANI

ABOUT THE AUTHOR

...view details