ଓଡିଶା

odisha

ETV Bharat / international

ଖୁବଶୀଘ୍ର ହଂକଂ ସୁରକ୍ଷା ଆଇନ ନେଇ ଚୀନ କରିପାରେ ଘୋଷଣା - ଚୀନ ଜାତୀୟ ସୁରକ୍ଷା ଆଇନ

ହଂକଂ ପାଇଁ ପ୍ରସ୍ତୁତ ହୋଇଥିବା ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ ନେଇ ଶନିବାର ଚୀନର ବରିଷ୍ଠ ସାଂସଦଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହି ଦ୍ବିମାସିକ ଆଲୋଚନାରେ କ’ଣ ନିଷ୍କର୍ଶ ବାହାରିଛି ସେନେଇ ବେଜିଂ ଖୁବଶୀଘ୍ର ପ୍ରକାଶ କରିବା ନେଇ ଜଣାପଡିଛି ।

security law in hong kong, china and hong kong security law clash, china national security law, new security law in hong kong, ହଂକଂରେ ସୁରକ୍ଷା ଆଇନ, ଚୀନ ଓ ହଂକଂ ସୁରକ୍ଷା ଆଇନ ବିବାଦ, ଚୀନ ଜାତୀୟ ସୁରକ୍ଷା ଆଇନ, ହଂକଂରେ ନୂଆ ସୁରକ୍ଷା ଆଇନ
ଖୁବଶୀଘ୍ର ହଂକଂ ସୁରକ୍ଷା ଆଇନ ନେଇ ଚୀନ କରିପାରେ ଘୋଷଣା

By

Published : Jun 20, 2020, 11:24 PM IST

ବେଜିଂ: ହଂକଂ ପାଇଁ ପ୍ରସ୍ତୁତ ହୋଇଥିବା ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ ନେଇ ଶନିବାର ଚୀନର ବରିଷ୍ଠ ସାଂସଦଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏହି ଦ୍ବିମାସିକ ଆଲୋଚନାରେ କ’ଣ ନିଷ୍କର୍ଶ ବାହାରିଛି ସେନେଇ ବେଜିଂ ଖୁବଶୀଘ୍ର ପ୍ରକାଶ କରିବା ନେଇ ଜଣା ପଡିଛି । ଏନେଇ ଜନତାଙ୍କ ପରାମର୍ଶ ମଧ୍ୟ ନିଆଯିବାର ଯୋଜନା ରହିଛି । ତେବେ ଏନେଇ ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଷ୍ଟାଣ୍ଡିଂ କମିଟିର ତିନି ଦିନିଆ ବୈଠକ ପରେ ଘୋଷଣା କରାଯିବାର ସୂଚନା ରହିଛି ।

ଏସମ୍ପର୍କରେ ଆଗାମୀ ପଦକ୍ଷେପ ଉପରେ କେନ୍ଦ୍ର ସରକାର ଓ ହଂକଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରିବେ ବୋଲି ଜଣାପଡିଛି । ତେବେ ଶନିବାର ହୋଇଥିବା ଆଲୋଚନାରେ 4ଟି ଆଇନ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ବିଚ୍ଛିନ୍ନତା, ରାଜ୍ୟ ଶକ୍ତିର ବିଦ୍ରୋହ, ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କୀ କାର୍ଯ୍ୟକଳାପ ଏବଂ ବିଦେଶୀ ତଥା ବାହ୍ୟ ଶକ୍ତି ସହିତ ମିଳନ ଓ ଜୋରିମାନା ସ୍ଥିର ନେଇ ଆଲୋଚନା କରାଯାଇଥିଲା ।

ତେବେ ଏହି ଆଲୋଚନାରେ ଯୋଗ ଦେଇଥିବା ହଂକଂ ପ୍ରତିପକ୍ଷ ଟାମ ୟିଉ ଚୁଙ୍ଗ କହିଛନ୍ତି କି ଚୀନ ଏନେଇ ବିଧିବଦ୍ଧ ଘୋଷଣା କରିବ । ହେଲେ ପରବର୍ତ୍ତୀ ବୈଠକ ନେଇ ଏଯାବତ୍‌ କୌଣସି ତାରିଖ ନିର୍ଦ୍ଧାରିତ ହୋଇନାହିଁ । ସେପଟେ 6ମାସ ତଳେ ବେଜିଂ ଦେଇଥିବା ଅନୁମତି କ୍ରମେ ଗଠନ ହୋଇଥିବା ଷ୍ଟାଣ୍ଡିଂ କମିଟିକୁ ନୂଆ ସୁରକ୍ଷା ଆଇନ ପ୍ରସ୍ତୁତ କରିବାର ଅଧିକାର ଦିଆଯାଇଥିଲା । ଏହି ଆଇନକୁ ହଂକଂରେ ଲାଗୁ କରାଯିବା ନେଇ ମଧ୍ୟ ଅଧିକାର ଦିଆଯାଇଥିଲା । ହେଲେ ଏହି ନିୟମ କେବେ ଲାଗୁ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ରହିନାହିଁ ।

@IANS

ABOUT THE AUTHOR

...view details