ବେଜିଂ: ସାମାନ୍ୟ ସୁସ୍ଥ ହେବାରେ ଲାଗିଛି ଚୀନ । ବଦଳିବାରେ ଲାଗିଛି କୋରୋନା ପାଣିପାଗ । ଏମିତି ପରିସ୍ଥିତିରେ 5 ଦିନିଆ ଛୁଟିରୁ ଆରମ୍ଭ ହେଉଥିବା ମେ ମାସର ପ୍ରଥମ ଦିନରେ ଖୋଲିବାକୁ ଯାଉଛି ଚୀନର ଜାତୀୟ ସଂଗ୍ରହାଳୟ । ସାଧାରଣ ଲୋକଙ୍କ ପାଇଁ ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ଲେଖା ରହିଛି ସଂଗ୍ରହାଳୟକୁ ବୁଲି ଆସିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ କିଛି ଜରୁରୀ ଗାଇଡଲାଇନ ।
ମେ 1ରୁ ଖୋଲିବ ଚୀନର ଜାତୀୟ ସଂଗ୍ରହାଳୟ - ଚୀନରେ କୋରୋନା ସଂକ୍ରମଣ
ସାମାନ୍ୟ ସୁସ୍ଥ ହେବାରେ ଲାଗିଛି ଚୀନ । ବଦଳିବାରେ ଲାଗିଛି କୋରୋନା ପାଣିପାଗ । ଏମିତି ପରିସ୍ଥିତିରେ 5 ଦିନିଆ ଛୁଟିରୁ ଆରମ୍ଭ ହେଉଥିବା ମେ ମାସର ପ୍ରଥମ ଦିନରେ ଖୋଲିବାକୁ ଯାଉଛି ଚୀନର ଜାତୀୟ ସଂଗ୍ରହାଳୟ ।

ଏହି ଗାଇଡଲାଇନରେ ଦର୍ଶାଯାଇଛି କି ପର୍ଯ୍ୟଟକମାନେ ସଂଗ୍ରହାଳୟରେ ବୁଲିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟ । ଏଥିସହ ସେମାନେ ନିଜ ସ୍ବାସ୍ଥ୍ୟ ରିପୋର୍ଟ ଓ ପରିଚୟ ପତ୍ର ଦେଖାଇ ସଂଗ୍ରହାଳୟରେ ପ୍ରବେଶ କରିପାରିବେ । ସେଠାରେ ସେମାନଙ୍କର ପ୍ରଥମେ ଶରୀରର ତାପମାତ୍ରା ପରୀକ୍ଷା କରାଯାଇ ଭିତରକୁ ଛଡାଯିବ । ତେବେ ସାମାଜିକ ଦୂରତା ବଜାୟ ରଖି ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଦେଢ ମିଟର ଅନ୍ତରରେ ଚଲାବୁଲା କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଥିସହ ସଂଗ୍ରହାଳୟରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ପୂର୍ବରୁ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ହେବ ।
ଏହି ସଂଗ୍ରହାଳୟରେ 17ଟି ପ୍ରଦର୍ଶନୀର ବ୍ୟବସ୍ଥା ରହିବ । ଯେଉଁଥିରେ 3ଟି ସ୍ଥାୟୀ ପ୍ରଦର୍ଶନୀ ରହିବ । ଏହି ସ୍ଥାୟୀ ପ୍ରଦର୍ଶନୀରେ ‘ପ୍ରାଚୀନ ଚୀନ’, ‘ରୋଡ ଅଫ୍ ରିଜ୍ୟୁଭିନେସନ’ ଓ ‘ରୋଡ ଅଫ୍ ରିଜ୍ୟୁଭିନେସନ: ନ୍ୟୁ ଏରା’ ସାମିଲ ରହିବ । ଏହି ସଂଗ୍ରହାଳୟରେ ବୌଦ୍ଧ ଧର୍ମର ବିଭିନ୍ନ ପ୍ରଦର୍ଶନୀ ରହିବାର ମଧ୍ୟ ଯୋଜନା ରହିଛି ।