ଓଡିଶା

odisha

ETV Bharat / international

ବିଶ୍ବ ମହାମାରୀର ରେକର୍ଡ ଭାଙ୍ଗିଲା କୋରୋନା, 803 ଛୁଇଁଲା ମୃତ୍ୟୁ ସଂଖ୍ୟା - China virus death toll

କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ 803 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 34 ହଜାରରୁ ଉର୍ଦ୍ଧ୍ବଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ବିଶ୍ବ ମହାମାରୀର ରେକର୍ଡ ଭାଙ୍ଗିଲା କୋରୋନା, 803 ଛୁଇଁଲା ମୃତ୍ୟୁ ସଂଖ୍ୟା
ବିଶ୍ବ ମହାମାରୀର ରେକର୍ଡ ଭାଙ୍ଗିଲା କୋରୋନା, 803 ଛୁଇଁଲା ମୃତ୍ୟୁ ସଂଖ୍ୟା

By

Published : Feb 9, 2020, 6:35 AM IST

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହି ମହାମାରୀ କୋରୋନାର ପ୍ରକୋପ ଏବେ ଭୟଙ୍କର ରୂପ ନେଇଛି । ଭାଇରସ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଥମିବାକୁ ନାଁ ନେଉ ନାହିଁ । କୋରୋନା ଯୋଗୁ ଚୀନରେ ବର୍ତ୍ତମାନ ସୁଦ୍ଧା 803 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାଇରସର ଉତ୍ପତ୍ତି ହୋଇଥିବା ହୁଓ୍ବେଇରେ ଶନିବାର 81 ଜଣଙ୍କର ମୃତ୍ୟୁ ହୋଇଛି ।

ଚୀନରେ ମହାମାରୀ କୋରୋନା ଦ୍ବାରା ବଢୁଥିବା ମୃତ୍ୟୁ ସଂଖ୍ୟା 2002-2003ର ବିଶ୍ବ ମହାମାରୀ ସିଭିୟର ଆକ୍ୟୁଟ ରେସପିରେଟୋରୀ ସିଣ୍ଡରମ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଟପିଯାଇଛି । SARS ଭାଇରସ ଯୋଗୁଁ 2002-2003ରେ 774 ଜଣଙ୍କର ମୃତ୍ୟୁ ହୋଇଥିଲା ।

ମହାମାରୀ କୋରୋନା ଭାଇରସର ଉତ୍ପତ୍ତି ସ୍ଥାନ ହୁଓ୍ବେଇରେ ନୂଆ 2147 ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁଯାୟୀ, ମୋଟ 21ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ସେପଟେ କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଚୀନକୁ 100 ମିଲିୟନ ଡଲାରର ସହୟାତାର ହାତ ବଢାଇଛି ଆମେରିକା ।

ABOUT THE AUTHOR

...view details