ଓଡିଶା

odisha

ETV Bharat / international

କାୟା ବିସ୍ତାର କରୁଛି କୋରୋନା, ମୃତ୍ୟୁ ସଂଖ୍ୟା ଛୁଇଁଲା 636

ଚୀନରେ ଧିରେଧିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏହା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ 636 ଜଣଙ୍କ ମୃତ୍ୟୁ ହୋଇସାରିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

By

Published : Feb 7, 2020, 8:59 AM IST

Updated : Feb 7, 2020, 12:16 PM IST

କାୟା ବିସ୍ତାର କରୁଛି କୋରୋନା, 636 ଛୁଇଁଲା ମୃତ୍ୟୁ ସଂଖ୍ୟା
କାୟା ବିସ୍ତାର କରୁଛି କୋରୋନା, 636 ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଉହାନ ସହରରୁ ଉତ୍ପତି ହୋଇଥିବା ଏହି ଭାଇରସ କବଳରେ ରହିଛି ସମଗ୍ର ଦେଶ । ଏହା ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉ ନାହିଁ । କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ 636 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 31ହଜାର 161ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମହାମାରୀ କୋରୋନା ଭାଇରସର ଉତ୍ପତ୍ତି ସ୍ଥାନ ହୁଓ୍ବେଇରେ ନୂଆ 2447 ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଏହି ଭାଇରସ ଯୋଗୁଁ ମୋଟ 22 ହଜାର 112 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ହୁଓ୍ବେଇର ରାଜଧାନୀ ଉହାନରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟରେ କୁହାଯାଇଛି । ଏଠାରେ ପ୍ରାୟ 64 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 478 ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁଯାୟୀ, ମୋଟ 21ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି ।

ଏପଟେ ଯେଉଁ ଲୋକ କିଛି ଦିନ ତଳେ ଚୀନ ଗସ୍ତ କରିଛନ୍ତି ଆମେରିକା, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଅସ୍ଥାୟୀ ରୂପରେ ସେମାନଙ୍କ ପାଇଁ ସେମାନଙ୍କ ଦ୍ବାର ବନ୍ଦ କରିଛନ୍ତି।

Last Updated : Feb 7, 2020, 12:16 PM IST

ABOUT THE AUTHOR

...view details