ଓଡିଶା

odisha

ETV Bharat / international

କୋରୋନା ମୁକାବିଲା: ଫିଲିପାଇନ୍ସକୁ 1ଲକ୍ଷ ଡିଟେକ୍ସନ କିଟ୍‌ ପଠାଇଛି ଚୀନ - ଡିଟେକ୍ସନ କିଟ

କୋରୋନା ମୁକାବିଲା ପାଇଁ ଚୀନ୍ କେତେକ ଦେଶକୁ ଚିକିତ୍ସା ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଛି । ଚୀନ ଫିଲିପାଇନ୍ସକୁ 1 ଲକ୍ଷ କୋରୋନା ଡିଟେକ୍ସନ କିଟ୍ ପଠାଇଛି । ଏଥିପାଇଁ ଫିଲିପିନ୍ସ ଚୀନକୁ ଧନ୍ୟବାଦ ଜଣାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 22, 2020, 11:08 PM IST

ବେଜିଂ: କୋଭିଡ -19 ମହାମାରୀ ଏବେ ବିଶ୍ବର 180ରୁ ଉର୍ଦ୍ଧ୍ବ ଦେଶକୁ ବ୍ୟାପିଛି । ଚୀନରୁ ଜନ୍ମିତ ଏହି ଭାଇରସ ଏବେ ଚୀନରେ ଆୟତ୍ତ ଥିଲା ବେଳେ ବିଶ୍ବର ଅନ୍ୟ ରାଷ୍ଟ୍ରରେ ସ୍ଥିତି ଅସ୍ଥିର ରହିଛି । ଏପରିସ୍ଥଳେ ଚୀନ୍ କେତେକ ଦେଶକୁ ଚିକିତ୍ସା ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଛି । ଚୀନ ଫିଲିପାଇନ୍ସକୁ 1 ଲକ୍ଷ କୋରୋନା ଡିଟେକ୍ସନ କିଟ୍ ପଠାଇଛି । ଏଥିପାଇଁ ଫିଲିପିନ୍ସ ଚୀନକୁ ଧନ୍ୟବାଦ ଜଣାଇଛି ।

ସୂଚାନା ଯେ, ମାର୍ଚ୍ଚ 21 ରେ ଚୀନ୍ ଦ୍ବାରା ପ୍ରଦାନ କରାଯାଇଥିବା ସହାୟତା ସାମଗ୍ରୀ, 1 ଲକ୍ଷ ଚିହ୍ନଟ କିଟ୍ ଓ ଦଶ ହଜାର ଡାକ୍ତରୀ ପ୍ରତିରକ୍ଷା ପୋଷାକ ଫିଲିପାଇନ୍ସର ରାଜଧାନୀ ମାନିଲାକୁ ପଠାଇଥିଲା

ଫିଲିପାଇନ୍ସର ବୈଦେଶିକ ମନ୍ତ୍ରୀ ଟିଡୋରୋ ଲକ୍ସିନ୍ କହିଛନ୍ତି ଯେ ଚୀନ୍ ବିଶ୍ବରେ ଏକ ମଡେଲ୍ ସୃଷ୍ଟି କରିଛି । ଫିଲିପାଇନ୍ସ ବର୍ତ୍ତମାନ ଚୀନ୍ ଦ୍ବାରା ଅଂଶୀଦାର ହୋଇଥିବା ସ୍ବରୁପ ପଦକ୍ଷେପ ନେଉଛି ।

ମାର୍ଚ୍ଚ 20 ରେ ସାଇପ୍ରସ ରାଷ୍ଟ୍ରପତି ନିକୋସ ଆନାସ୍ତାସିଆ ସୋସିଆଲ ମିଡିଆରେ ଏକ ଆର୍ଟିକିଲ ପ୍ରକାଶ କରି କହିଥିଲେ ଯେ କୋଭିଡ -19 ମହାମାରୀକୁ ରୋକିବା ପାଇଁ ସଂଗ୍ରାମରେ ଆମେ ଚୀନ୍ ପଠାଇଥିବା ଡାକ୍ତରୀ ସାମଗ୍ରୀ ଏବଂ ଅଭିଜ୍ଞତା ଏବଂ ବୈଜ୍ଞାନିକ ସୂଚନା ପାଇଁ ଅନେକ ଧନ୍ୟବାଦ ଦେଉଛୁ ।

ଏହି ରାଷ୍ଟ୍ର ବ୍ୟତୀତ ଜର୍ଜିଆର ସ୍ବାସ୍ଥ୍ୟମନ୍ତ୍ରୀ, ଚେକ ଗଣତନ୍ତ୍ରର ରାଷ୍ଟ୍ରପତି, ସର୍ବିଆ ରିପବ୍ଲିକର ରାଷ୍ଟ୍ରପତି କୋଷ୍ଟାରିକା, ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କୋଭିଡ -19 ମହାମାରୀକୁ ରୋକିବା ଏବଂ ନିୟନ୍ତ୍ରଣ କରିବାରେ ଚୀନ୍ ଯୋଗାଇ ଦେଇଥିବା ଚିକିତ୍ସା ସାମଗ୍ରୀ ଓ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ରିପୋର୍ଟ 317308ରେ ପହଞ୍ଚିଛି । 13642 ମୃତ୍ୟୁ ରିପୋର୍ଟ ରହିଛି । ଅନ୍ୟପଟେ 96010 ଜଣ କୋରୋନା କବଳରୁ ଆରୋଗ୍ୟ ହୋଇ ଫେରିଛନ୍ତି ।

@IANSଇନପୁଟ

ABOUT THE AUTHOR

...view details