ବେଜିଂ: ହଂକଂରେ ଲାଗୁ ହେବାକୁ ଥିବା ନୂଆ ଜାତୀୟ ସୁରକ୍ଷା ଆଇନର ପୁନଃ ସମୀକ୍ଷା ଆରମ୍ଭ କରିଛି ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି । ସୋମବାର ଏହି ବିବାଦୀୟ ଆଇନର ସମୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଅଧିବେଶନରେ ଏଥିରେ ଆବଶ୍ୟକୟ ହେଲେ କିଛି ପରିବର୍ତ୍ତନ ହେବାର ସମ୍ଭାବନୀ ରହିଛି ।
ଏନେଇ ଚାଇନିଜ ଡେପୁଟିଙ୍କ ସୂଚନା ମୁତାବକ ପ୍ରସ୍ତୁତ ହୋଇଥିବା ଜାତୀୟ ସୁରକ୍ଷା ଆଇନ ଯେତେ ଶୀଘ୍ର ପ୍ରଣୟନ ହେବ ସେତେ ଜଲଦି ସ୍ବତନ୍ତ୍ର ପ୍ରାନ୍ତର ମାନ୍ୟତା ପାଇଥିବା ହଂକଂରେ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇପାରିବ । ଏଥିସହ ଜାତୀୟ ସୁରକ୍ଷାକୁ କଡାକଡି କରାଯାଇ ଅନେକ ଅପରାଧିକ ମାମଲାରେ ବିରାମ ଲଗାଯାଇପାରିବ । ତେବେ ବର୍ତ୍ତମାନ ଏହି ସଦ୍ୟ ପ୍ରସ୍ତୁତ ଆଇନର କେଉଁ ଧାରା ଉପରେ ସମୀକ୍ଷା ଚାଲିଛି ତାହା ସ୍ପଷ୍ଟ ହୋଇନାହିଁ ।