ଓଡିଶା

odisha

ETV Bharat / international

ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରିତ, ଆଲୋଚନାରେ ହେବ ସମାଧାନ: ଚୀନ

ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ସମୟରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ ଲିଜନ ମନ୍ତବ୍ୟ ଦେଇଛନ୍ତି । ଝାଓ କହିଛନ୍ତି ଯେ ଚୀନ୍ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ସର୍ବସମ୍ମତିକୁ କାର୍ଯ୍ୟକାରୀ କରୁଛି। ନିରବଚ୍ଛିନ୍ନ ଆଲୋଚନାରେ ମାଧ୍ୟମରେ ଆମେ ଏହି ସମସ୍ୟାର ସମାଧାନ କରିପାରିବା ବୋଲି ସେ କହିଛନ୍ତି । ଝାଓ ଲିଜିଆନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମନ୍ତବ୍ୟ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ରାଜନାଥ ସିଂହ ପୂର୍ବରୁ କହିଥିଲେ ଯେ, ଯେ ସୀମା ପ୍ରସଙ୍ଗରେ ଭାରତ ନିଜ ସମ୍ମାନ ଉପରେ ଆଞ୍ଚ୍ ଆଣିବାକୁ ଦେବନାହିଁ ।

ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରିତ
ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରିତ

By

Published : Jun 1, 2020, 6:34 PM IST

ବେଜିଂ: ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତି ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଥିଲା । ଏପରିସ୍ଥଳେ ସୋମବାର ଚୀନ ସ୍ବର ନରମିଛି । ଭାରତର ରଣନୀତି ଆଗରେ ଡ୍ରାଗନର ଦମ୍ଭ ଚୁରମାର୍ ହୋଇଛି । ବିବାଦ ମଧ୍ୟରେ ଚୀନ ସୋମବାର କହିଛି ଯେ, ଭାରତ ସୀମାରେ ସ୍ଥିତି ମିଳିମିଶି ବୁଝାମଣାରେ ସ୍ଥିର ଓ ନିୟନ୍ତ୍ରଣ ଯୋଗ୍ୟ ଅଟେ । ଚୀନ୍ ଆହୁରି ମଧ୍ୟ କହିଛି ଯେ ବାର୍ତ୍ତା ଏବଂ ଚର୍ଚ୍ଚା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ନିକଟରେ ନିରବଚ୍ଛିନ୍ନ ସମ୍ପର୍କର ମାଧ୍ୟମ ରହିଛି ।

ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ସମୟରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ୍ ଲିଜନ ମନ୍ତବ୍ୟ ଦେଇଛନ୍ତି । ଝାଓ କହିଛନ୍ତି ଯେ ଚୀନ୍ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ସର୍ବସମ୍ମତିକୁ କାର୍ଯ୍ୟକାରୀ କରୁଛି। ନିରବଚ୍ଛିନ୍ନ ଆଲୋଚନାରେ ମାଧ୍ୟମରେ ଆମେ ଏହି ସମସ୍ୟାର ସମାଧାନ କରିପାରିବା ବୋଲି ସେ କହିଛନ୍ତି । ଝାଓ ଲିଜିଆନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମନ୍ତବ୍ୟ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ରାଜନାଥ ସିଂହ ପୂର୍ବରୁ କହିଥିଲେ ଯେ, ଯେ ସୀମା ପ୍ରସଙ୍ଗରେ ଭାରତ ନିଜ ସମ୍ମାନ ଉପରେ ଆଞ୍ଚ୍ ଆଣିବାକୁ ଦେବନାହିଁ ।

ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ଚୀନ୍ ସହ କଥାବାର୍ତ୍ତା କରୁଛି ବୋଲି ବୁଧବାର ଭାରତ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ପରେ ନୂଆଦିଲ୍ଲୀରେ ଏହି ମନ୍ତବ୍ୟ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ ଯେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ଚୀନ୍ ସହ କଥାବାର୍ତ୍ତା କରୁଛୁ। ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ଓ ସମସ୍ୟା ସମାାଧାନ ଜାରି ରହିବ ବୋଲି ସେ କହିଛନ୍ତି ।

ଲଦାଖ ଏବଂ ସିକ୍କିମରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ କ୍ରମାଗତ ବିବାଦ ଲାଗି ରହିଛି। ମେ 5 ରେ, ପୂର୍ବ ଲଦାଖର ପାଙ୍ଗଙ୍ଗୋ ହ୍ରଦ ଅଞ୍ଚଳରେ ଉଭୟ ଦେଶର ଯବାନ ଲୁହା ରଡ ଏବଂ ବାଡିରେ ମୁହାଁମୁହିଁ ହୋଇଥିଲେ । ଏହି ସମୟ ମଧ୍ୟରେ ଦୁଇ ପାର୍ଶ୍ବ ମଧ୍ୟରେ ପଥର ଫିଙ୍ଗିବା ମଧ୍ୟ ହୋଇଥିଲା। ଏହି ଘଟଣାରେ ଉଭୟ ଦେଶର ଅନେକ ଯବାନ ଆହତ ହୋଇଥିଲେ। ପରବର୍ତ୍ତୀ ସମୟରେ, ସିକ୍କିମ୍ ସେକ୍ଟରର ନାକୁଲା ପାସ୍ ନିକଟରେ ଭାରତ ଏବଂ ଚୀନ୍‌ର ପ୍ରାୟ 150 ଯବାନ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ଉଭୟ ପାର୍ଶ୍ବରୁ ଅତି କମରେ 10 ଜଣ ଯବାନ ଆହତ ହୋଇଥିଲେ । ଏହାପର ଠାରୁ ଏହି ଅଞ୍ଚଳରେ ବିବାଦ ବଢିବାରେ ଲାଗିଛି ।

2017 ରେ ଡୋକଲାମରେ ଦୁଇ ଦେଶର ସୈନ୍ୟ ମଧ୍ୟରେ 75 ଦିନିଆ ବିବାଦ ଲାଗି ରହିଥିଲା। 3,488 କିଲୋମିଟର LAC କୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ରହିଛି | ଚୀନ୍ ଅରୁଣାଚଳ ପ୍ରଦେଶକୁ ନିଜ ଅଂଶ ବୋଲି ଦାବି କରିଛି ଏବଂ ଏହାକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି କହିଛି । ମାତ୍ର ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏବେ ଏହାକୁ ନେଇ ଦୀର୍ଘ ବର୍ଷ ଧରି ବାରମ୍ବାର ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଦେଖାଦେଉଛି । ଶେଷ ସମାଧାନ ପର୍ଯ୍ୟନ୍ତ ସୀମା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଆବଶ୍ୟକ ବୋଲି ଉଭୟ ପକ୍ଷ କହିଛନ୍ତି।

ABOUT THE AUTHOR

...view details