ଓଡିଶା

odisha

By

Published : Jan 1, 2021, 11:43 AM IST

ETV Bharat / international

ଚାଇନାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

ବ୍ରିଟେନ, ଭାରତ, ଆମେରିକା ପରେ ଚାଇନାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ । କୋରୋନାର ଉତ୍ପତ୍ତିସ୍ଥଳ ଚାଇନାକୁ କୁହାଯାଉଥିବା ବେଳେ ଏବେ ନୂଆ ଭାଇରସକୁ ନେଇ ସରକାର ସଜାଗ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ଚାଇନାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ
ଚାଇନାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

ଉହାନ: କୋରୋନାର ନୂଆ ଷ୍ଟ୍ରେନ ଏବେ ଚାଇନାରେ ଚିହ୍ନଟ ହୋଇଛି । ବ୍ରିଟେନ ଫେରନ୍ତା ଜଣେ 23 ବର୍ଷର ମହିଳାଙ୍କ ଠାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଛି । ଚାଇନାରେ ଚିହ୍ନଟ ହୋଇଥିବା ମହିଳା ଜଣକ ବ୍ରିଟେନରୁ ଫେରିବା ପରେ ଡିସେମ୍ବର 14 ତାରିଖରେ କୋରୋନା ଟେଷ୍ଟ କରିଥିଲେ । ତାଙ୍କ ରିପୋର୍ଟରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ବର୍ତ୍ତମାନ ଆକ୍ରାନ୍ତ ମହିଳା ଜଣକ କ୍ବାରେଣ୍ଟାଇନରେ ରହିଛନ୍ତି । ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

କୋରୋନା ମହାମାରୀର ଉତ୍ପତ୍ତିସ୍ଥଳ ଚାଇନାର ଉହାନ ସହର ହୋଇଥିବାବେଳେ ଏବେ ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚାଇନା ସରକାର ସଜାଗ ହୋଇପଡିଛନ୍ତି ।

ସୂଚନାଯୋଗ୍ୟ, କୋରୋନା ଭାଇରସର ଏହି ନୂଆ ରୂପ ପୂର୍ବ ଭୂତାଣୁ ଅପେକ୍ଷା ଅଧିକ ତ୍ରୀବଗତିରେ ବ୍ୟାପୁଛି । ଏହି ନୂଆ ଷ୍ଟ୍ରେନ ମୂଳ ଭାଇରସ ଅପେକ୍ଷା 70 ପ୍ରତିଶତ ଅଧିକ ସଂକ୍ରମିତ ହେଉଛନ୍ତି ।

@ANI

ABOUT THE AUTHOR

...view details