ଓଡିଶା

odisha

ETV Bharat / international

ଉତ୍ପତ୍ତିସ୍ଥଳକୁ ଫେରିଲା କୋରୋନା, 38ଟି ନୂଆ ମାମଲା ସହ ଜଣେ ମୃତ - କୋଭିଡ-19 ନ୍ୟୁଜ

ଚୀନରେ ଚେଇଁ ଉଠିଲା କୋରୋନା । ଏକା ସାଙ୍ଗରେ ସାମ୍ନାକୁ ଆସିଲା 38ଟି କୋରୋନା ପଜିଟିଭ ମାମଲା । ଜଣଙ୍କର ମୃତ୍ୟୁ ହୋଇଛି ।

ଉତ୍ପତ୍ତିସ୍ଥଳକୁ ଫେରିଲା କୋରୋନା, 38 ଟି ନୂଆ ମାମଲା ସହ ଜଣେ ମୃତ
ଉତ୍ପତ୍ତିସ୍ଥଳକୁ ଫେରିଲା କୋରୋନା, 38 ଟି ନୂଆ ମାମଲା ସହ ଜଣେ ମୃତ

By

Published : Apr 6, 2020, 10:24 AM IST

ବେଜିଂ: କର ଲେଉଟାଇଲା କୋରୋନା । ଚୀନରେ ପୁଣି ଚିହ୍ନଟ ହେଲା 39ଟି ନୂଆ କୋଭିଡ-19 ମାମଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏହି 39ଟି ସଂକ୍ରମିତଙ୍କ ମଧ୍ୟରୁ 38ଟି ବିଦେଶୀଙ୍କ ଠାରୁ ସଂକ୍ରମଣ ହୋଇଥିବା ଜଣାପଡିଛି ।

ସୋମବାର ସୁଦ୍ଧା ଦେଶରେ 81 ହଜାର 708 ଟି କୋରୋନା ମାମଲା ଥିବାବେଳେ, 3,331ଜଣଙ୍କର ମୃତ୍ୟୁବରଣ କରିଛନ୍ତି । ଏହା ସହ 693ଟି ମାମଲା ବିଦେଶାଗତ । ସେପଟେ, ନୋଭେଲ କୋରୋନାରେ ପ୍ରାଣ ହରାଇଥିବା ପ୍ରତ୍ୟକଟି ବ୍ୟକ୍ତିଙ୍କ ପାଇଁ ଗତ ଶନିବାର ଚୀନର ସମସ୍ତ ନାଗରିକ 3 ମିନିଟ ପାଇଁ ନୀରବ ପ୍ରାର୍ଥନା କରିଥିଲେ ।

ଏହି ଜାତୀୟ ଶୋକ ସଭାରେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ଅନ୍ୟ ଚୀନର ନେତାମାନେ କରୋନା ଭାଇରସ୍ ରୋଗରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରାର୍ଥନା କରିଥିଲେ । ଏହା ସହ କିଛି ଲୋକେ ଛାତିରେ ଫୁଲ ଲଗାଇ ଜାତୀୟ ପତାକା ତଳେ ନୀରବ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଗତ ଡିସେମ୍ବର ମାସରେ ଆରମ୍ଭ ପ୍ରଥମେ ଚୀନର ଉହାନ ଠାରେ କୋରୋନା ନାମକ ଏକ ଭାଇରସର ଉତ୍ପତ୍ତି ନେଇଥିଲା । ଯାହା ଚୀନରେ ମୃତ୍ୟୁର ତାଣ୍ଡବ ରଚିବା ସହ ଏବେ ସାରା ବିଶ୍ବକୁ ଗ୍ରାସିବାରେ ଲାଗିଥିବାବେଳେ ଏହାକୁ ବିଶ୍ବ ମହାମାରୀର ନାଁ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟୀାପୀ 1,273,792 ମାମଲା ସାମ୍ନାକୁ ଆସିଥିବାବେଳେ, 64 ହଜାରୁ ଊର୍ଦ୍ଧ୍ବ ମୃତ୍ୟୁ ହୋଇସାରିଲେଣି । 262,486 ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details